ସଂସ୍କାର : ବିଲେଇ କାମୁଡି ଦେବା ପରେ ଡାକ୍ତରଖାନାରେ ଇଂଜେକସନ୍ ନେବାକୁ ଯାଇଥିବା ମହିଳାଙ୍କୁ କାମୁଡି ଦେଲା କୁକୁର । ଏହି ଘଟଣା କେରଳର ଭିଜିନାଝାମ୍ରେ ଘଟିଛି। ଅପର୍ଣ୍ଣା ନାମକ ମହିଳାଙ୍କୁ ବିଲେଇ କାମୁଡି ଦେଇଥିଲା । ସେ ଏକ ସରକାରୀ ଡାକ୍ତରଖାନାରେ ରାବିଜ୍ ଟିକା ନେବା ପାଇଁ ଅପେକ୍ଷା କରିଥିଲେ।
ଏହି ସମୟରେ ଗୋଟିଏ କୁକୁର ତାଙ୍କୁ କାମୁଡି ଦେଇଥିଲା। ସେ ଏକ ବେଂଚ ଉପରେ ବସିଥିବା ବେଳେ ତା ତଳେ ଥିବା କୁକୁର ତାଙ୍କ ଗୋଡକୁ କାମୁଡି ଧରିଥିଲା । ସେଠାରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟକର୍ମୀ ତାଙ୍କୁ କୌଣସି ଚିକିତ୍ସା ଯୋଗାଇ ନଥିଲେ ।
ପରେ ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ତାଙ୍କ ସାବୁନ୍ରେ କାମୁଡା ସ୍ଥାନକୁ ସଫା କରିଥିଲେ। ସେଠାରୁ ୧୫ କିଲୋମିଟର ଦୂରରେ ଥିବା ଅନ୍ୟ ଏକ ଡାକ୍ତରଖାନାକୁ ତାଙ୍କୁ ସ୍ଥାନାନ୍ତରକରାଯାଇଥିଲେ । ସେଠାରେ ଅପର୍ଣ୍ଣାଙ୍କ ଚିକିତ୍ସା କରାଯାଇଥିବା ସୂଚନା ମିଳିଛି ।