ସଂସ୍କାର : ଥାଇଲ୍ୟାଣ୍ଡର ଏକ ଶିଶୁ ଯତ୍ନକେନ୍ଦ୍ରରେ ହୋଇଛି ଆଖିବୁଜା ଗୁଳିମାଡ଼। ଏହି ଗୁଳି ବିନିମୟରେ ଅତି କମରେ ୩୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଛୋଟ ପିଲାମାନେ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି। ପୋଲିସ କହିଛି ଯେ ଏହି ଗୁଳି ବିନିମୟ ଦେଶର ଉତ୍ତର-ପୂର୍ବ ପ୍ରଦେଶରେ ଘଟିଛି।
![](https://sanskarnetwork.in/odia/wp-content/uploads/2022/10/images-8.jpeg)
ଗୁଳିମାଡରେ ପ୍ରାଣ ହରାଇଥିବା ୩୪ ଜଣଙ୍କ ମଧ୍ୟରେ ୨୨ ଜଣ ଶିଶୁ ରହିଛନ୍ତି ବୋଲି ପ୍ରାଥମିକ ସୂଚନା ମିଳିଛି। ପୋଲିସର ସୂଚନାନୁସାରେ, ମୃତକଙ୍କ ମଧ୍ୟରେ ଉଭୟ ଶିଶୁ ଏବଂ ବୟସ୍କ ମଧ୍ୟ ଥିଲେ। ଏଥି ସହିତ ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଏହି ନିଷ୍ଠୁର ଘଟଣାଟି ପୂର୍ବତନ ପୋଲିସ କର୍ମଚାରୀ କରିଛି। କିଛି ସମୟ ପୂର୍ବରୁ ତାଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିଲା।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, 34 ଜଣଙ୍କୁ ଗୁଳି କରି ହତ୍ୟା କରିବା ପରେ ଅଭିଯୁକ୍ତ ଜଣକ ତାଙ୍କ ପିଲା ଏବଂ ପତ୍ନୀଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିଥିଲା। ଏହାପୂର୍ବରୁ, 2020 ମସିହାରେ ମଧ୍ୟ ସମାନ ଧରଣର ଗୁଳି ବିନିମୟ ହୋଇଥିଲା ଯେଉଁଥିରେ ସମ୍ପତ୍ତି କାରବାରରେ କ୍ରୋଧିତ ଜଣେ ସୈନିକଙ୍କ ଦ୍ୱାରା 29 ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ଯେଉଁଥିରେ 57 ଜଣ ଆହତ ହୋଇଥିଲେ।