ବ୍ୟବସାୟୀଙ୍କ ଘରୁ ଲୁଟ୍ , ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୬ ଜଣ ଲୁଟି ନେଲେ ଏତେ ଲକ୍ଷ ଟଙ୍କା…

ସଂସ୍କାର : ରାଜ୍ୟରେ ବର୍ତ୍ତମାନ ଲୁଟପାଟର ମାମଲା ବଢିବାରେ ଲାଗିଛି। ଅପରାଧ କରିବାର ସୀମା ପାର ହେଉଛନ୍ତି ଅନେକ ଦୁର୍ବୁତ୍ତ। ଓଡ଼ିଶା ପୋଲିସ ବି ଏହି ଦୁର୍ଦାନ୍ତ ଅପରାଧୀଙ୍କୁ ଧରିବା ପାଇଁ ବିଭିନ୍ନ ପ୍ଲାନ୍ ତିଆରି କରୁଛନ୍ତି। କିନ୍ତୁ ଏହି ସବୁ ମଧ୍ୟରେ ରାଜ୍ୟରେ ଏକ ବଡ଼ ଲୁଟପାଟ ହୋଇଥିବା ରାଜ୍ୟ ଗଣମାଧ୍ୟମ ସୁତ୍ରରୁ ଜଣା ପଡିଛି।

ଗଣମାଧ୍ୟମ ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗରେ ଜଣେ ବ୍ୟବସାୟୀଙ୍କ ଘରୁ ନଗଦ ୭ ଲକ୍ଷ ଟଙ୍କା ସହ ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି ୬ ଜଣ ଦୁର୍ବୁତ୍ତ । ଗତକାଲି ରାତିରେ ପରଜଙ୍ଗ ସାଦନପଡାରେ ଥିବା ବ୍ୟବସାୟୀ ବିନୟ କୁମାର ସାହୁଙ୍କ ଘରୁ ହୋଇଛି ଲୁଟ।

ଦୁର୍ବୁତ୍ତ ମାନେ ଘରର ସିଡ଼ିରେ ଘର ଭିତରକୁ ଆସି ପ୍ରଥମେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଗୋଟିଏ ଘର ଭିତରେ ପରିବାର ଲୋକଙ୍କୁ ବନ୍ଦୀ କରିଥିଲେ। ଆଉ ତାପରେ ଘରେ ଥିବା ଟଙ୍କା ଆଉ ସୁନାଗହଣା ନେଇ ଛୁ ମାରିଥିଲେ।

ଏହି ଲୁଟ ସମୟରେ ବ୍ୟବସାୟୀ ବିନୟ ସାହୁ ଘରେ ନ ଥିଲେ। ଘରର ସମସ୍ତ ଆସବାବପତ୍ର, ଲକର ଖୋଲି ଟଙ୍କା, ସୁନା ଓ ରୂପା ଅଳଙ୍କାର ଲୁଟି ନେଇଥିଲେ ଦୁର୍ବୃତ୍ତ। ତେବେ ପରଜଙ୍ଗ ଥାନାରେ ଏ ନେଇ ଅଭିଯୋଗ ପରେ ଜିଲ୍ଲା ସାଇଣ୍ଟିଫିକ ଟିମ ଓ ଡଗ୍ ସ୍କ୍ୱାର୍ଡର ଜାରିଆରେ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *