କୋଣାର୍କ ମନ୍ଦିର ରେ ଅଛି ଗେ ସେକ୍ସ୍ ଏବଂ ଲେଶବିଅନ୍ ସେକ୍ସ୍, ଆମେ କଲୁ ତ କଣ ହେଲା..ଦେଖନ୍ତୁ ଭିଡିଓ

ସଂସ୍କାର : ନାରୀ ଓ ପୁରୁଷମାନଙ୍କ ପରି କିନ୍ନର ବି ମଧ୍ୟ ଜଣେ ମଣିଷ । ଆମ ହିନ୍ଦୁ ସଂସ୍କୃତିରେ କିନ୍ନର ମାନଙ୍କୁ ଇଶ୍ଵରଙ୍କ ରୂପ ବୋଲି ଗଣନା କରାଯାଏ। ଏଥିପାଇଁ କିନ୍ନରମାନଙ୍କୁ ଅର୍ଦ୍ଧେନାରୀଶ୍ଵର ବୋଲି ମଧ୍ୟ କୁହାଯାଏ । ଆଉ ସେମାନେ ବହୁତ ଶୁଭ ବୋଲି ମଧ୍ୟ ବିବେଚନା କରାଯାଇଥାଏ । କିନ୍ତୁ ଏବେ ମଧ୍ୟ କିନ୍ନର ମାନଙ୍କୁ ଲୋକମାନେ ଦେଖି ଆସୁଛନ୍ତି ଘୃଣ୍ୟ ନଜରରେ।

ଆଜିର ଯୁଗରେ ବିଜ୍ଞାନର ଉନ୍ନତି ଯୋଗୁ କିନ୍ନରମାନେ ମଧ୍ୟ ନିଜର ସଂସାର ଗଢୁଛନ୍ତି। ସେମିତି ଜଣେ ଟ୍ରାନ୍ସ ଓମ୍ୟାନଙ୍କ ସହିତ ସାକ୍ଷାତକାରରେ କିପରି କିନ୍ନରରୁ ଝିଅ ହେଉଛନ୍ତି ସେ ବିଷୟରେ ରାଜ୍ୟର ଗୋଟିଏ ଗଣମାଧ୍ୟମ ଆଲୋଚନା କରିଛନ୍ତି। ତେବେ ସେ ଟ୍ରାନ୍ସ ଓମ୍ୟାନ ଜଣେ ସମାଜସେବୀ ମଧ୍ୟ । ସାକ୍ଷାତକାର ମାଧ୍ୟମରେ ସେ ଜନସମାଜକୁ ଖୁବ୍ ସୁନ୍ଦର ବାର୍ତ୍ତା ଦେଇଛନ୍ତି । କିନ୍ନର ମାନଙ୍କୁ ତାଙ୍କ ଅଧିକାର ଦେବା ପାଇଁ କରୁଛନ୍ତି ସତ ପ୍ରୟାସ । ତାଙ୍କ ମତରେ ନାରୀ ଓ ପୁରୁଷ ପରି କିନ୍ନର ମାନେ ମଧ୍ୟ ଜଣେ ସାଧାରଣ ମଣିଷଟିଏ ।

ସେମାନଙ୍କୁ ମଧ୍ୟ ଭଗବାନ ସୃଷ୍ଟି କରିଛନ୍ତି । ତେଣୁ ସମାନ ସୁବିଧା ସୁଯୋଗ ଆଉ ସମ୍ମାନ କିନ୍ନର ମାନଙ୍କୁ ମଧ୍ୟ ମିଳିବା ଦରକାର । କିନ୍ତୁ ଆଜି ମଧ୍ୟ ସମାଜ ସେମାନଙ୍କୁ ଘୃଣ୍ୟ ଦୃଷ୍ଟିରେ ଦେଖୁଛି । ନାରୀ ଓ ପୁରୁଷମାନଙ୍କ ଭଳି କିନ୍ନର ମାନଙ୍କର ମଧ୍ୟ ସେ-କ୍ସ ଆବଶ୍ୟକ ତାଙ୍କୁ ତ କେହି ବାହାହୁଅନ୍ତି ନାହିଁ ତେଣୁ ସେମାନେ ବାଧ୍ୟ ହୋଇ ଅନେକ ପାଟନର ରଖନ୍ତି । ଆଉ ବେଡ଼ରୁମ ଭିତରେ କିଏ କାହା ସହ ସେ-କ୍ସ କଲେ ସନ୍ତୁଷ୍ଟ ହେବ ସେଇଟା ତାର ବ୍ୟକ୍ତିଗତ ପସନ୍ଦ । ଆଉ କି-ନ୍ନର ମାନଙ୍କର ଗ୍ରାହକ ପୁରୁଷମାନେ ହିଁ ହୋଇଥାନ୍ତି ।

ତେଣୁ ଏଥିରେ କିନ୍ନର ମାନଙ୍କ ଚରିତ୍ରକୁ ଆକ୍ଷେପ କରିବାର କୈାଣସି ଯଥାର୍ଥତା ନାହିଁ । ଆହୁରି ମଧ୍ୟ ସେ କି-ନ୍ନର ମାନଙ୍କ ଲିଙ୍ଗ ପରିବର୍ତ୍ତନକୁ ନେଇ କିଛି ବିଶେଷ ମତ ଦେଇ କହିଛନ୍ତି ଯେ ଲିଙ୍ଗ ସର୍ଜରୀ କରିବା ସହଜ ନୁହେଁ । ସେଥିପାଇଁ ବହୁତ ସମୟ ଲାଗିବା ସହିତ ବହୁତ କଷ୍ଟ ମଧ୍ୟ ହୋଇଥାଏ । ତଥାପି ଲୋକେ କିନ୍ନରଙ୍କୁ ଗ୍ରହଣ କରୁନାହାଁନ୍ତି । କୋଣାର୍କ ମନ୍ଦିରରେ ମଧ୍ୟ କାମ-ସୂତ୍ର ପୋଜ୍ ଦେଖିବାକୁ ଗଲେ ସେଥିରେ ମଧ୍ୟ ଲେସବିଆନ୍ ଓ ଗେ ସେକ୍ସ ମଧ୍ୟ ଅଙ୍କିତ ହୋଇଛି । ତେବେ ସେତେବେଳୁ ମଧ୍ୟ ଏସବୁ ରହି ଆସିଛି ତୋ ବର୍ତମାନ ସମୟରେ ଏହାକୁ ଆପଣେଇ ନେବା କଥା ।

Leave a Reply

Your email address will not be published. Required fields are marked *