DRDO Recruitment 2022: 1 ହଜାରରୁ ଅଧିକ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି, ତୁରନ୍ତ କରନ୍ତୁ ଆବେଦନ…

ସଂସ୍କାର : ଅଧିକାଂଶ ଯୁବପିଢ଼ି ସରକାରୀ ଚାକିରୀ କରିବା ପାଇଁ ଇଛା କରନ୍ତି। ତେବେ ଆପଣ ବି ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି ? ତା’ହେଲେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। DRDO-CEPTAM (Defence Research and Development Organisation, Center for Personnel Talent Management) ରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

Admin & Allied କ୍ୟାଡର୍‌ର 1000 ରୁ ଅଧିକ ପଦବୀ ପାଇଁ ଏହି ବିଜ୍ଞପ୍ତି ବାହାରିଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍‌ ୱେବ୍‌ସାଇଟ୍‌ drdo.gov.in କୁ ଯାଇ ଆବେଦନ କରିପାରିବେ। ଏହି ନିଯୁକ୍ତି ଡ୍ରାଇଭରେ 1061 ଟି ପଦବୀ ପୂରଣ କରାଯିବ। ଆବେଦନର ଶେଷ ତାରିଖ ଡିସେମ୍ବର 7 ତାରିଖ ରହିଛି।

ଏହିସବୁ ପଦବୀ ହେବ ପୂରଣ..

ଜୁନିଅର ଟ୍ରାନ୍ସଲେସନ୍‌ ଅଫିସର(JTO): 33 ପଦବୀ

ଷ୍ଟେନୋଗ୍ରାଫର ଗ୍ରେଡ୍‌-1 (English Typing): 215 ପଦବୀ

ଷ୍ଟେନୋଗ୍ରାଫର ଗ୍ରେଡ୍‌-2 (English Typing): 123 ପଦବୀ

ଆଡ୍‌ମିନ୍‌ଷ୍ଟ୍ରେଟିଭ୍‌ ଆସିଷ୍ଟାଣ୍ଟ୍‌ ‘A’(English Typing): 250 ପଦବୀ

ଆଡ୍‌ମିନ୍‌ଷ୍ଟ୍ରେଟିଭ୍‌ ଆସିଷ୍ଟାଣ୍ଟ୍‌ ‘A’(Hindi Typing): 12 ପଦବୀ

ଷ୍ଟୋର ଆସିଷ୍ଟାଣ୍ଟ୍‌ ‘A’ (English Typing): 134 ପଦବୀ

ଷ୍ଟୋର ଆସିଷ୍ଟାଣ୍ଟ୍‌ ‘A’ (Hindi Typing): 04 ପଦବୀ

ସିକ୍ୟୁରିଟି  ଆସିଷ୍ଟାଣ୍ଟ୍‌ ‘A’: 41 ପଦବୀ

ଭେଇକିଲ୍‌ ଅପରେଟର ‘A’: 145 ପଦବୀ

ଫାୟାର ଇଞ୍ଜିନ୍‌ ଡ୍ରାଇଭର  ‘A’: 08 ପଦବୀ

ଫାୟାରମ୍ୟାନ୍‌: 86 ପଦବୀ

ଗୁରୁତ୍ୱପୂର୍ଣ୍ଣ ତାରିଖ…

ନଭେମ୍ବର 7 ତାରିଖରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଉ ଆବଦନ ପତ୍ର ଦାଖଲର ଶେଷ ତାରିଖ ଡିସେମ୍ବର 7 ।

Tier-I Exam (CBT) ପରୀକ୍ଷା DRDO ୱେବ୍‌ସାଇଟ୍‌ରେ ଘୋଷଣା କରାଯିବ।

ଆବେଦନ ଫି’ :

ଆବେଦନ ପାଇଁ ପ୍ରାର୍ଥୀଙ୍କୁ 100 ଟଙ୍କା ଆବେଦନ ଫି’ ଦେବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *