ସଂସ୍କାର : କଟକରେ ସରିଛି ଐତିହାସିକ ବାଲିଯାତ୍ରା । ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ଯୋଗୁଁ ବାଲିଯାତ୍ରା ହୋଇ ପାରି ନଥିବା ବେଳେ ଚଳିତ ବର୍ଷ ଏହା ବେଶ ଜାକଜକମରେ ଆୟୋଜିତ ହୋଇଛି । ବିଗତ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ବାଲିଯାତ୍ରା ଆହୁରି ବଡ କରି କରାଯାଇଛି ଏବଂ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ସବୁ ପ୍ରକାର ସୁବିଧା ମଧ୍ୟ କରାଯାଇଛି । ବର୍ଷକରେ ଥରେ ବାଲିଯାତ୍ରା ବୁଲିବାକୁ ଓଡିଶା ଲୋକେ ବେଶ ପସନ୍ଦ କରନ୍ତି ।
ତେବେ ଓଡିଶା ବାହାରୁ ମଧ୍ୟ ଅନେକ ଲୋକ ଏହି ବିଶ୍ଵପ୍ରସିଦ୍ଧ ଯାତ୍ରା ଦେଖିବା ପାଇଁ ଆସିଥାନ୍ତି । ତେବେ ଆଜି ଆମେ ଜଣେ ଦର୍ଶକଙ୍କ ବାଲିଯାତ୍ରା ଅନୁଭୂତି ବିଷୟରେ ଜାଣିବା । ଯୁବକ ଜଣକ ବାଲିଯାତ୍ରା ଆସି ବହୁତ ଖୁସି ଥିବା ଜଣା ପଡ଼ୁଛନ୍ତି । ସେ ଏବଂ ତାଙ୍କର ଦୁଇ ଘନିଷ୍ଠ ବନ୍ଧୁଙ୍କ ସହ ସେ ବାଲିଯାତ୍ରା ଉପଭୋଗ କରିବାକୁ ଆସିଛନ୍ତି । ତେବେ ଏହି ଯୁବକଙ୍କ ହେୟାର ଷ୍ଟାଇଲ କିନ୍ତୁ ବେଶ ଦଦୃଷ୍ଟି ଆକର୍ଷଣ କରିବା ଭଳି । ଦେଖିବା ଲୋକ ଭଲରେ ଟିକେ ଦେଖିବାକୁ ଇଚ୍ଛା କରିବ।
ପିଲାଟା କହୁଛି କି ଷ୍ଟାଇଲଟା ମୁଁ ଜାଣିନି।କିନ୍ତୁ ଏହି କଟଟା ପଡ଼ିଲା ୪୦୦ ଟଙ୍କା।ହଁ ଭିଡ଼ ହେଉଛି। ଭିଡ଼ରେ ହଜିବନି ତ।ହଁ ବହୁତ ବର୍ଷ ହେଲା ଆସୁଛି ୧୦ ବର୍ଷ ହେଲାଣି।ନୂଆ ନୂଆ କଲେକ୍ସନ ହେଉଛି।ବାଲିର ଅନେକ ମୂର୍ତ୍ତି ହେଇଛି। ଜାହାଜରେ ବୁଲିଲୁ। ଡଙ୍ଗାରେ ବସିଲୁ।ଆମ ସାଙ୍ଗ ପିଲା ତିନି ଜଣ ଆସିଛୁ। ବହୁତ ମଜା ମସ୍ତି କରି ଆଜି ଆମେ ବାଲି ଯାତ୍ରାରୁ ବୁଲିକି ଯାଉଛୁ।
ଆମ ରାମ ଦୋଳିରେ ବସିଥିଲୁ। ସେଠୀ କାରରେ ବସିଥିଲୁ। ଟ୍ରେନ ଦୋଳିରେ ବି ବସି ଥିଲୁ।ଆଉ ଏବେ ବୁଲି କରି ଖାଇ ପିଇକି ଯିବୁ ଆଉ। ରାମ ଦୋଳି ଟା ଟିକିଏ ଉଚ୍ଚା ଲାଗେ ଡର ବି ଲାଗେ।ଆଜି କାଲି ଖାଇବା ଆଉ କଣ ଆଇସକ୍ରିମ, ଗୁପଚୁପ, ଦହିବରା।ଆସିଲା ବେଳେ ଇଟିଲି ତରକାରୀ ଖାଇ ଥିଲୁ।
ଆଉ ଏବେ କଲେଜ ବୁଲି କରି ଆସୁଛି ଆଉ।ଦୁଇ ବର୍ଷ ହେଲା ବନ୍ଦ ଥିଲା।ବହୁତ ମନ ଦୁଃଖ ହେଉଥିଲା। ଏତେ ବର୍ଷ ପରେ ହେଲା।ଆଜି ରାତି ସାରା ବୁଲିକି କାଲି ସକାଳେ ଘରକୁ ଯିବୁ। ଐତିହାସିକ କଥା ତ ମୁଁ ଜାଣିନି।ଖାଲି ଆସିଛି ଏମିତି ବୁଲିବାକୁ।
ମନର ଖୁସି ଗୋଟେ ଆଉ।ବର୍ଷକୁ ଥରେ ହେଉଛି ତେଣୁ।ଏମିତି ଖୁସିରେ ଆସିଛୁ ଆଉ। ନିଜେ ଖୁସିରେ କାଟିଛି।ଛତିଆ ପାର୍ଲରରେ କାଟିଛି।ଗର୍ବିତ ଅଛି ମୁଁ। ଗାଁରେ ପୁରା ନୂଆ ଷ୍ଟାଇଲ କରିଛି ମୁଁ।ମୋର ସବୁ ଫଟୋ ଉଠେଇ ଇନଷ୍ଟାରେ ଛାଡୁଛନ୍ତି। ଷ୍ଟାଇଲଟା କଣ ମୁଁ ଜାଣିନି କିନ୍ତୁ ଏହି କଟଟା ପଡ଼ିଲା ମତେ ୪୦୦ ଟଙ୍କା।ମତେ ଦୁଇ ଘଣ୍ଟା ଲାଗିଲା।ଆଉ କେହି କରି ନାହାନ୍ତି।
ମୁଁ ସବୁ ନୂଆ ନୂଆ ଷ୍ଟାଇଲ ମାସକୁ ବାହାର କରେ।ମୁଁ କହେ କି ଯେତିକି ଦିନ ବଞ୍ଚିବ ଏହି ସମାଜରେ ଭଲରେ ବଞ୍ଚ। ଷ୍ଟାଇଲ ମାର କିନ୍ତୁ ବାନା ବାତେରା ହୁଅ ନାହିଁ।ଯେତିକି ଦିନ ବଞ୍ଚିବ ବିନ୍ଦାସରେ ବଞ୍ଚିବ।ପୁଅ ପିଲା ରୋଜଗାର କରୁଛ ପଇସା ଅଯଥାରେ ଝିଅଙ୍କ ପଛରେ ବରବାଦ କର ନାହିଁ।ମୁଁ ଦେଖୁଛି ମୋ ସାଙ୍ଗ ପିଲା ବହୁତ ବରବାଦ କରୁଛନ୍ତି।