ସଂସ୍କାର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଡାହାଣ ଆଖିରେ ଅସ୍ତ୍ରୋପଚାର କରାଯାଇଛି । ସେ ମୋତିଆବିନ୍ଦୁ ସମସ୍ୟାରେ ପୀଡିତ ଥିଲେ । ଜଣାଶୁଣା ଚକ୍ଷୁ ବିଶେଷଜ୍ଞ ବ୍ରିଗେଡିୟର୍ ଏସ.କେ ମିଶ୍ର ଏବଂ ତାଙ୍କ ଦଳ ଦ୍ୱାରା ଏହି ଅପରେସନ୍ କରାଯାଇଛି । ଅସ୍ତ୍ରୋପଚାର ସଫଳ ହେବା ପରେ ରାଷ୍ଟ୍ରପତିଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।
ତାଙ୍କୁ ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।ଏହାପୂର୍ବରୁ ରାଷ୍ଟ୍ରପତିଙ୍କ ବାମ ଆଖିରେ ମୋତିଆବିନ୍ଦୁ ସମସ୍ୟା ମଧ୍ୟ ରହିଥିଲା । ଯାହାର ଅସ୍ତ୍ରୋପଚାର 16 ଅକ୍ଟୋବରରେ କରାଯାଇଥିଲା । ବ୍ରିଗେଡିୟର୍ ଏସ.କେ ମିଶ୍ର ଏବଂ ତାଙ୍କ ଦଳ ମଧ୍ୟ ଏହି ଅପରେସନ୍ କରିଥିଲେ । ରାଷ୍ଟ୍ରପତିଙ୍କ ବାମ ଆଖି ଦିଲ୍ଲୀ କ୍ୟାଣ୍ଟରେ ଅବସ୍ଥିତ ଆର୍ମି ହସ୍ପିଟାଲ ରିସର୍ଚ୍ଚ ଏବଂ ରେଫରାଲରେ କରାଯାଇଥିଲା ।
ଗତ କିଛି ଦିନ ହେଲା, ମହାମହିମ ଆଖି ସମସ୍ୟାରେ ପୀଡିତ ଥିଲେ। ବର୍ତ୍ତମାନ ତାଙ୍କର ଉଭୟ ଆଖିରେ ଅସ୍ତ୍ରୋପଚାର କରାଯାଇଛି। ଏହା ପରେ ମୋତିଆବିନ୍ଦୁର ଚିକିତ୍ସା ସମାପ୍ତ ହୋଇଛି। ତେବେ ଅପରେସନ୍ ପରେ ଡାକ୍ତରମାନେ ଉଜ୍ଜ୍ୱଳ ଆଲୋକରୁ ଦୂରେଇ ରହିବାକୁ ଏବଂ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।