ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ଦୋଷୀଙ୍କୁ ମୁକ୍ତ କରାଯିବା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହେବ କଂଗ୍ରେସ

ସଂସ୍କାର : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ଦୋଷୀଙ୍କୁ ମୁକ୍ତ କରାଯିବା ବିରୋଧରେ କଂଗ୍ରେସ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବ। ଖୁବ ଶୀଘ୍ର କଂଗ୍ରେସ ଦ୍ୱାରା ଏକ ପୁନର୍ବିଚାର ଆବେଦନ କରାଯିବ। ଏହାପୂର୍ବରୁ ନଭେମ୍ବର ୧୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଘଟଣାରେ ସମସ୍ତ ୬ ଜଣ ଦୋଷୀଙ୍କୁ ମୁକ୍ତ କରିବା ବିରୋଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ପୁନର୍ବିଚାର ଆବେଦନ କରିଥିଲେ।

କେନ୍ଦ୍ର ସରକାର କହିଛନ୍ତି, ଏହି ମାମଲାରେ ଜଡିତ ଅନ୍ୟ ପକ୍ଷଙ୍କ କଥା ନ ଶୁଣି ଦୋଷୀଙ୍କୁ ତରବରିଆ ଭାବେ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ନଭେମ୍ବର ୧୧ରେ ସୁପ୍ରିମକୋର୍ଟ ନଳିନୀ ଶ୍ରୀହରନଙ୍କ ସମେତ ୫ ଦୋଷୀଙ୍କୁ ଜେଲରୁ ମୁକ୍ତ କରିଥିଲେ। ଅନ୍ୟ ଜଣେ ଦୋଷୀ ପେରାରିଭାଲାନଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇସାରିଛନ୍ତି।

Leave a Reply

Your email address will not be published. Required fields are marked *