ସଂସ୍କାର : ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଓ ଉନ୍ନତ ଧରଣର ଜୀବନ ଶୈଳୀ ପାଇଁ ସଠିକ ଭାବେ ପୋଷକଯୁକ୍ତ ଭୋଜନ କରିବା ସହ ଉତ୍ତମ ନିଦ ମଧ୍ୟ ଆବଶ୍ୟକ । ଭଲ ନିଦ ନହେବା ଦ୍ୱାରା କିମ୍ବା ରାତିରେ ଅଧିକ ସମୟ ଯାଏଁ ଅନିଦ୍ରା ରହିବା ଦ୍ୱାରା ଶରୀରରେ ଅନେକ ସମସ୍ୟା ଓ ରୋଗ ସୃଷ୍ଟି ହୋଇଥାଏ । ଜଣେ ବ୍ୟକ୍ତି ସୁସ୍ଥ ରହିବା ପାଇଁ ୭ ରୁ ୮ ଘଣ୍ଟା ନିଦରେ ଶୋଇବା ନିତାନ୍ତ ଜରୁରୀ ।
ଭଲ ଭାବେ ନିଦ ହେବା ଓ ନହେବାର ଅନେକ କାରଣ ରହିଛି । ସେଥିରୁ ଏକ ପ୍ରମୁଖ କାରଣ ହେଉଛି ଖାଦ୍ୟପେୟ । ଏଭଳି କେତେକ ଖାଦ୍ୟ ରହିଛି, ଯାହାକୁ ରାତିରେ ଖାଇବା ଦ୍ୱାରା ନିଦ ଉପରେ ପ୍ରଭାବ ପକାଇଥାଏ । କେତେକ ଲୋକେ ନିଦ ହେବା ପାଇଁ ଔଷଧର ମଧ୍ୟ ସେବନ କରିଥାଆନ୍ତି । ଏହା ଶରୀର ଉପରେ କୁପ୍ରଭାବ ମଧ୍ୟ ପକାଇଥାଏ । ଜାଣନ୍ତୁ କେଉଁ କେଉଁ ଖାଦ୍ୟକୁ ରାତିରେ ଖାଇବା ଉଚିତ ନୁହେଁ..
ଅନେକ ଲୋକେ ଟିଭି ଓ ମୋବାଇଲ ଦେଖିବା ସମୟରେ ଖାଇବାକୁ ପସନ୍ଦ କରିଥାଆନ୍ତି । ବିଶେଷ କରି ଭୋକ ସମୟରେ ବିଭିନ୍ନ ପ୍ରକାର ଛଣାଛଣି, ଚିପ୍ସ, ଅନେକ ଚଟପଟା ଜିନିଷ ଖାଇଥାଆନ୍ତି । ଏହି ଖାଦ୍ୟ ସେବନ କରିବା ଦ୍ୱାରା ସଠିକ ଭାବେ ପୋଷକ ଯୁକ୍ତ ଖାଦ୍ୟ ଖାଇନଥାଆନ୍ତି । ସନ୍ଧ୍ୟା ପରେ ଏସବୁ ଖାଦ୍ୟ ଖାଇବା ଦ୍ୱାରା ରାତିରେ ଅନେକ ନଖାଇ ଶୋଇଥାଆନ୍ତି । ମାତ୍ର ଏସବୁ ଖାଦ୍ୟର ସେବନ ଦ୍ୱାରା ଭଲ ଭାବେ ନିଦ ହୋଇନଥାଏ । ବାରମ୍ବାର ନିଦ ଭାଙ୍ଗିଥାଏ । ତେଣୁ ଶୋଇବା ପୂର୍ବରୁ ଏସବୁ ଜିନିଷର ସେବନ କରନ୍ତୁ ନାହିଁ।
ଅନେକ ସମୟରେ ବିବାହ ଓ ଉତ୍ସବ ସମୟରେ ଅଧିକ ପରିମାଣରେ ଚଟପଟା ଖାଇବାକୁ ଆପଣ ପସନ୍ଦ କରିଥାଆନ୍ତି । ଏଭଳି ଭୋଜନ ହଜମ ହେବାକୁ ଅଧିକ ସମୟ ଲାଗିଥାଏ, ତେଣୁ ରାତିରେ ଏହାକୁ ଖାଇବା ଉଚିତ ନୁହେଁ ।
ଅଧିକ ରାଗଥିବା ଖାଦ୍ୟ ଖାଇବା ଦ୍ୱାରା ଛାତିରେ ଜଳାପୋଡା, ଏସିଡିଟି ଓ ଗ୍ୟାଷ୍ଟ୍ରିକ ଭଳି ସମସ୍ୟା ହୋଇଥାଏ । ଫଳରେ ନିଦରେ ଅନେକ ସମସ୍ୟା ହେବା ସହ ଉତ୍ତମ ନିଦ ହୋଇନଥାଏ ।
ଆଇସକ୍ରିମ ଏଭଳି ଏକ ଜିନିଷ ଯାହା ପ୍ରତ୍ୟେକ ବୟସର ଲୋକଙ୍କୁ ପସନ୍ଦ । ମାତ୍ର ଏଥିରେ ଚିନି ଓ ଫ୍ୟାଟ୍ ଭରପୁର ପରିମାଣରେ ରହିଛି । ଏହାର ସେବନ ଦ୍ୱାରା ମଧୁମେହ ଓ କୋଲେଷ୍ଟରୋଲ୍ ଅଧିକ ବୃଦ୍ଧି ହୋଇଥାଏ । ରାତିରେ ଏହା ମଧ୍ୟ ନିଦକୁ ପ୍ରଭାବିତ କରିଥାଏ । ତେଣୁ ରାତିରେ ଏହାକୁ ସେବନ କରନ୍ତୁ ନାହିଁ ।
ଅଧିକାଂଶ ଲୋକେ ରାତିରେ ଅଧିକ ନିଶାଦ୍ରବ୍ୟର ସେବନ କରିଥାଆନ୍ତି । ଏହାଦ୍ୱାରା ମଧ୍ୟ ଶରୀରରେ ଅନେକ ମାରାତ୍ମକ ରୋଗ ସୃଷ୍ଟି ହୋଇଥାଏ ।
ଡାର୍କ ଚକୋଲେଟ୍ ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି କୁହାଯାଏ । ମାତ୍ର ଶୋଇବା ପୂର୍ବରୁ ଏହାକୁ ସେବନ କରିବା ଉଚିତ ନୁହେଁ । ଚକୋଲେଟ୍ରେ ଥିବା ଏକ ପ୍ରକାର କେଫିନ୍ ନିଦକୁ ପ୍ରଭାବିତ କରିଥାଏ ।
ଟମାଟୋ- ରାତିରେ ଏସିଡିଟି ଓ ଛାତିରେ ଜଳାପୋଡା ଭଳି ଅନୁଭବ ହେଉଥିଲେ କିମ୍ବା ଆପଣଙ୍କର ଏସିଡିଟି ସମସ୍ୟା ଥିଲେ ଶୋଇବା ପୂର୍ବରୁ ଟମାଟୋର ସେବନ କରନ୍ତୁ ନାହିଁ । ଶୋଇବା ପରେ ଟମାଟୋ ଏସିଡିଟିକୁ ଅଧିକ ବୃଦ୍ଧି କରିଥାଏ । ତେଣୁ ରାତିରେ ଏହାର ସେବନ କରନ୍ତୁ ନାହିଁ ।
ପତ୍ର ଥିବା ପରିବା ଓ ବିଭିନ୍ନ ପ୍ରକାର ଶାଗ, ବ୍ରୋକୋଲି, ବନ୍ଧାକୋବି ସ୍ୱାସ୍ଥ୍ୟ ପାଇଁ ଉପକାରୀ ମାତ୍ର ରାତିରେ ଏହାର ସେବନ କରିବା ଉଚିତ ନୁହେଁ । ରାତିରେ ଏହାକୁ ଖାଇବା ଦ୍ୱାରା ଗ୍ୟାଷ୍ଟ୍ରିକ ସମସ୍ୟା ହୋଇଥାଏ । ରାତିରେ ଏହାକୁ ଖାଇବା ଦ୍ୱାରା ପେଟ ଜନିତ ଅନେକ ରୋଗ ସୃଷ୍ଟି ହେବା ସହ ପାଚନ ଧିମା ଭାବେ କାର୍ଯ୍ୟ କରିଥାଏ । ପାଚନ ଉପରେ କୁପ୍ରଭାବ ପଡିବା ସହ ଖାଦ୍ୟ ହଜମରେ ସମସ୍ୟା ହୋଇଥାଏ । ପାଚନ ଜନିତ ସମସ୍ୟା ମଧ୍ୟ ହୋଇଥାଏ ।
ମଟନ ପ୍ରୋଟିନ ଓ ଆଇରନରେ ଭରପୁର । ମାତ୍ର ରାତ୍ରୀ ଭୋଜନ ପାଇଁ ଏହା ଉତ୍ତମ ନୁହେଁ । ଏହା ହଜମ ହେବାକୁ ଅଧିକ ସମୟ ଲାଗୁଥିବାରୁ ଖାଇବା ପରେ ଶୋଇବା କାରଣରୁ ଆପଣଙ୍କୁ ବ୍ୟସ୍ତବିବ୍ରତ ଭଳି ଅନୁଭବ ହୋଇଥାଏ । ନିଦ ମଧ୍ୟ ହୋଇନଥାଏ ।