ସଂସ୍କାର : ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା(HSRP Deadline Extension )। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କୋହଳ କରିଲେ ରାଜ୍ୟ ସରକାର । ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କୌଣସି ଫାଇନ ପଡିବ ନାହିଁ ।
ସେହିପରି ନମ୍ବର ପ୍ଲେଟ ବୁକିଂ କରାଯାଇଥିଲେ ବି ଫାଇନ ପଡିବ ନାହିଁ ବୋଲି ସରକାର କୋର୍ଟଙ୍କୁ ଅବଗତ କରିଛନ୍ତି। ହାଇକୋର୍ଟ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାର ଶୁଣାଣି କରି ନମ୍ବର ଶେଷରେ ୧,୨,୩,୪ ଥିଲେ ଶେଷ ଦିନ ଡିସେମ୍ବର ୩୧କୁ ଅବଧି ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି ଏକ ମାସ ସମୟ ଅବଧି ବୃଦ୍ଧି କରାଯିବ ବୋଲି ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଆଡଭୋକେଟ ଜେନେରାଲ । ଏ ନେଇ ପରିବହନ ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବ।
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ କେବଳ ବୁକିଂ ଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ପବିତ୍ର ଖଟୁଆଙ୍କ ଆବେଦନ ଉପରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିଥିବା ବେଳେ ମାମଲାରେ ଆଜି ପୂର୍ଣ୍ଣଚ୍ଛେଦ ଦେଇଛନ୍ତି ।