ସଂସ୍କାର : ଅନେକ ଅପରାଧୀ ବଡ଼ବଡ଼ ଅପରାଧ କରି ବି ପୋଲିସ କିମ୍ବା କୋର୍ଟଙ୍କ ଆଗରେ ସରେଣ୍ଡର ହେଉ ନାହାନ୍ତି। କ୍ଵଚିତ ଏଭଳି ସରେଣ୍ଡର ଘଟଣା ସାମ୍ନାକୁ ଆସିଥାଏ। ତେବେ ନିକଟରେ ଏକ ଘଟଣା ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଆଉ ଘଟଣାଟି ହେଲା ଜଣେ ଯୁବକ ମୂଷା ମାରିବା ପରେ ପୋଲିସର ମାଡ଼ ଭୟରେ କୋର୍ଟରେ ସରେଣ୍ଡର କରିଥିଲେ। ଯୁବକ ଜଣକ କୋର୍ଟରେ ସରେଣ୍ଡର ହୋଇ ନିଜର ଅପରାଧ ସ୍ବୀକାର କରିଛନ୍ତି।
ମୂଷା ମାରି ଜଣେ ଯୁବକ କୋର୍ଟରେ ସରେଣ୍ଡର ନିଜକୁ କରିଛନ୍ତି। କଥାଟା ଟିକେ ଅଜବ ଲାଗୁଥିଲେ ମଧ୍ୟ ସତ୍ୟ । ଗତ ସପ୍ତାହରେ ଜଣେ ଯୁବକ ମୂଷା ସହ କ୍ରୁରତା କରି କୋର୍ଟରେ ହାଜର ହୋଇଛନ୍ତି । ଅବଶ୍ୟ ଏଥିପାଇଁ ତାଙ୍କୁ କୋର୍ଟ ଜାମିନ ଦେଇଛନ୍ତି। କିନ୍ତୁ ଯୁବକ ଜଣଙ୍କୁ ଆଇନର ଏତେ ଭୟ ଯେ ସେ ପୋଲିସ ଭୟରେ ନିଜେ ଯାଇ କୋର୍ଟରେ ସରେଣ୍ଡର କରିଥିଲେ ।
ଶୁକ୍ରବାର ଦିନ ତାଙ୍କୁ ୪ ଘଣ୍ଟା ପାଇଁ ହାଜତରେ ରଖିବାପରେ ଜାମିନ ମିଳିଥିଲା । ଘରେ ପହଞ୍ଚିବା ପରେ ଜେଲ ଯିବାକୁ ଡର ଲାଗିଥିଲା ବୋଲି କହିଥିଲେ ଯୁବକ।ପନବଡିଆରେ ବାସ କରୁଥିବା ମନୋଜ କୁମାର ନାମରେ (୨୫ ବର୍ଷ) ଜଣେ କୁମ୍ଭାର ଗୋଟିଏ ମୂଷାକୁ ରଶିରେ ବାନ୍ଧିକରି ଏକ ନାଳରେ ବୁଡ଼ାଇ ବୁଡ଼ାଇ ମାରିଥିଲା । ଏହାକୁ ବାଟରେ ଯାଉଥିବା ଜଣେ ପଶୁପ୍ରେମୀ ଦେଖି ତାଙ୍କୁ ବାରଣ କରିଥିଲେ । ହେଲେ ସେ ତାଙ୍କ କଥା ଶୁଣି ନଥିଲେ । ତାଙ୍କ ସହ ଯୁକ୍ତି କରିଥିଲେ । ପରେ ଉକ୍ତ ବ୍ୟକ୍ତି ପଶୁ କ୍ରୁରତା ଅଭିଯୋଗରେ ଥାନାରେ ଏକ ଏତଲା ଦେଇଥିଲେ । ହେଲେ ପୋଲିସ ନା ଏଥିରେ ମୁଣ୍ଡ ଖେଳାଇ ଥିଲା ନା ମନୋଜଙ୍କୁ ଡକାଇ ପଠାଇଥିଲା।
ହେଲେ ପଡୋଶୀରେ ଥିବା ଲୋକେ ଏଥିରେ ମନୋଜକୁ ଡରାଇ ଥିଲେ । ଫଳରେ ସେ ପୋଲିସ ଭୟରେ ନିଜ ପକ୍ଷରୁ କୋର୍ଟରେ ସରେଣ୍ଡର କରିଥିଲେ । ପଶୁ ଚିକିତ୍ସାବିତଙ୍କ ଦ୍ୱାରା ମୂଷାର ପୋଷ୍ଟମର୍ଟମ କରାଯାଇଥିଲା। ମୂଷାଟି ପାଣିରେ ବୁଡି ମରିବାର ରିପୋର୍ଟ ଆସିବା ପରେ ମନୋଜକୁ ୪ ଘଣ୍ଟା ପାଇଁ ହାଜତରେ ରଖି ଜମାନତରେ ଛାଡିଥିଲେ କୋର୍ଟ । ମଜା କଥା ହେଉଛି ପୋଲିସକୁ ମନୋଜଙ୍କ ଏତେ ଭୟ ଥିଲା ଯେ ସେ ବିଳମ୍ବ ନକରି ନିଜ ପକ୍ଷରୁ କୋର୍ଟରେ ସରେଣ୍ଡର କରିଥିଲେ । ହେଲେ ଆଜିଯାଏ ନା ପୋଲିସ ମନୋଜକୁ ଡାକିଛି ନା ପୋଲିସ ତରଫରୁ କିଛି ତଦନ୍ତ କରାଯାଇଛି ।