ସୁରଜ୍ ଙ୍କ ଏହି ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗିପଡିଛନ୍ତି ବିଜେଡି ନେତା , ଖୋଦ୍ ମୁଖ୍ୟମନ୍ତ୍ରୀ ବି ସାମିଲ୍ !

ସଂସ୍କାର : ଯେବେଠୁ ଧାମନଗରର ନବ ନିର୍ବାଚିତ ବିଜେପିର ଯୁବ ବିଧାୟକ ସୁରଜ୍ ସୂର୍ଯ୍ୟବଂଶୀ ନିର୍ବାଚନ ଜିତିଲେଣି , ସେହି ଦିନଠୁ ଶାସକ ବିଜେଡି ଉପରେ ପ୍ରଶ୍ନ ବାଣ କରୁଛନ୍ତି। ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରି ଶାସକ ଦଳ ଉପରେ ଚାପ ପକାଉଛନ୍ତି ସୁରଜ୍।

ଗତକାଲି ପଦ୍ମପୁର ଉପ ନିର୍ବାଚନର ରେଜଲ୍ଟ ଆସିଛି। ଯେଉଁଠି ବିଜେଡି ଦଳ ବିଜୟ ହାସଲ କରିଛି। ତେବେ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଉପ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ କିନ୍ତୁ ପଦ୍ମପୁର ଦାୟିତ୍ଵ ନେଲେନି। ଉପ ନିର୍ବାଚନ ଆସିଲେ ସବୁବେଳେ ଗୋଟିଏ କଥା ଶୁଣିବାକୁ ମିଳେ ମୁଖ୍ୟମନ୍ତ୍ରୀ କୁହନ୍ତି ଦାୟିତ୍ଵ ମୋର।

ବିଜେପୁର, ବାଲେଶ୍ଵର, ପିପଲି ଏବଂ ଧାମନଗର ଉପ ନିର୍ବାଚନ ରେ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେଇଥିଲେ କିନ୍ତୁ ଏଥର ସୁରଜ୍ ଙ୍କ ପାଇଁ ପଦ୍ମପୁର ଦାଇତ୍ୱ ନେଇ ପାରିଲେନି କାହିଁକି ନା କିଛିଦିନ ତଳେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରଶ୍ନ ପଚାରି ଘାଇଲା କରିଥିଲେ ସୁରଜ୍ ।

ଏନେଇ ସୁରଜ୍ କୁହନ୍ତି କି ନବୀନ ପଟ୍ଟନାୟକ ହେଉଛନ୍ତି ଏ ପ୍ରଦେଶର ନେତା। ଆମ ସମସ୍ତଙ୍କର ମୁଖ୍ୟମନ୍ତ୍ରୀ। ସେ ଧାମନଗର, ପିପିଲି, ବିଜେପୁର, ପାଟକୁରା ଓ ବାଲେଶ୍ୱର ନିର୍ବାଚନମଣ୍ଡଳୀର ଦାୟିତ୍ୱ ନେବେ ବୋଲି କହିଥିଲେ। ଏଥିରେ ରାଜ୍ୟବାସୀ ବହୁତ ଖୁସି ।

କିନ୍ତୁ ଯେତେବେଳେ ମୁଁ ଧାମନଗରରୁ ବିଧାୟକ ଭାବେ ନିର୍ବାଚିତ ହେଲି, ଗତ ୨୪ ତାରିଖରେ ବିଧାନସଭାରେ ଏନେଇ ପ୍ରଶ୍ନ କରିଥିଲି ଯେ ମୁଖ୍ୟମନ୍ତ୍ରୀ କେତେ ଉପ ନିର୍ବାଚନ ଦାୟିତ୍ଵ ନେଇଛନ୍ତି ଏବଂ ସେଠାରେ କେତେ ବିକାଶ ହେଇଛି ଉତ୍ତର ରେ ମିଳିଥିଲା ‘ତଥ୍ୟ ସଂଗ୍ରହ ଚାଲିଛି’। ଏହି ଉତ୍ତର ସଂସଦୀୟ ବ୍ୟାପର ମନ୍ତ୍ରୀ ନିରଂଜନ ପୂଜାରୀ ଦେଇଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *