ପୁଣି କରୋନା ଭୟ : ଦେଶର ଏହି ରାଜ୍ୟ ଗୁଡ଼ିକରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ….

ସଂସ୍କାର : ଚାଇନାରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏବେ ଭାରତକୁ ଏହାର ଭୟ ଫେରିଛି। ଚାଇନାରେ ଓମିକ୍ରନର ସବ ଭାରିଏଣ୍ଟ ବିଏଫ.୭ ସ୍ଥିତିକୁ ଏକବାର ବିଗାଡି ଦେଇଛି। ଏବେ ଏହି ସଂକ୍ରମଣକୁ ରୋକିବାକୁ ଭାରତ ପ୍ରସ୍ତୁତ ହୋଇଗଲାଣି। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି ।

ଏହା ବ୍ୟତୀତ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ କୋଭିଡ-୧୯ ପ୍ରସ୍ତୁତି ଓ ପ୍ରୋଟୋକଲକୁ ନେଇ ସମିକ୍ଷା ବୈଠକ କରିଛନ୍ତି । ଏଥିରେ ଭିଡ ସ୍ଥାନରେ ମାସ୍କ ପିନ୍ଧିବା ଜୁରରି କରିବା, ଜିନୋମ ସିକ୍ୱିନସିଂ ବଢାଇବା ଓ ଯେତେଶୀଘ୍ର ସମ୍ଭବ ଲୋକଙ୍କୁ କରୋନା ଭ୍ୟାକ୍ସିନର ତୃତୀୟ ଡୋଜ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି ।

ଦେଶର ପ୍ରାୟ ସମସ୍ତ ରାଜ୍ୟ କରୋନା ସଂକ୍ରମଣକୁ ନେଇ ସତର୍କ ହୋଇଯାଇଥିବା ବେଳେ ଉତ୍ତର ପ୍ରଦେଶ, କଣ୍ଣାଟକ ଓ ମୁମ୍ବାଇରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ଦିଲ୍ଲୀ ଏମ୍ସରେ ବି ଆଡଭାଇଜରି ଜାରି କରାଯାଇ ଏମ୍ସ ପରିସରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ସହ ୫ରୁ ଅଧିକ ଲୋକ ଏକାଠି ନ ହେବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *