୨୫୦୦ ଲୋକ ଏକାସଙ୍ଗେ କଲେ ଉଲଗ୍ନ ଫୋଟସୁଟ୍, ଦେଖନ୍ତୁ ଫୋଟ, ପଢ଼ନ୍ତୁ ରିପୋର୍ଟ….

ସଂସ୍କାର : ଫଟୋ ଉଠାଇବା ପ୍ରତ୍ୟେକ ମଣିଷର ଗୋଟାଏ ସଉକ । ଫଟୋ ଉଠାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ସାଧାରଣତଃ ବିବାହ କାର୍ଯ୍ୟ ହେଉ ଅବା କୌଣସି ପର୍ଯ୍ୟଟନ ସ୍ଥଳୀ ସମସ୍ତେ ଫଟୋ ଉଠାଇ ସୋଶିଆଲ ମିଡିଆରେ ଫଟୋ ପୋଷ୍ଟ କରିଥାଆନ୍ତି । ଏହାରି ଭିତରେ ସୋଶିଆଲ ମିଡିଆାରେ ଗୋଟିଏ ଫଟୋକୁ ନେଇ ସାଧାରଣରେ ବେଶ୍‌ ଚର୍ଚ୍ଚା ଜୋର ଧରିଛି ।

ଆପଣମାନେ ସବୁବେଳେ ସୁନ୍ଦରଭାବେ ସଜେଇ ହୋଇ ଫଟୋ ଉଠାନ୍ତି ହେଲେ ଆପଣମାନେ କଣ ଶୁଣିଛନ୍ତି ବିନା ବସ୍ତ୍ରରେ ଫଟୋ ଉଠାଇବା କଥା । ତେବେ ଏଭଳି ଏକ ଫଟୋ ସୂଟକୁ ନେଇ ଚର୍ଚ୍ଚାରେ ରହିଛି ଅଷ୍ଟ୍ରେଲିଆ ସହର। ବଣ୍ଡି ବେଳାଭୂମିରେ ବିନା କପଡ଼ାରେ ଫଟୋ ସୂଟ କରିବା ପାଇଁ ଭାଗ ନେଇଥିଲେ ୨୫୦୦ ଲୋକ । ତେବେ ଫଟୋ ଉଠାଉଥିବା ଲୋକଙ୍କ ଉଦ୍ଦେଶ୍ୟ ଖରାପ ନଥିଲା କି ସମାଜକୁ କୌଣସି କୁ ଶିକ୍ଷା ପ୍ରଦାନ କରୁନଥିଲେ । ଏଭଳି କରିବା ପଛର ଏକ ମହତ ଉଦ୍ଦେଶ୍ୟ ରହିଛି ଯାହା ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକା ଫଟୋଗ୍ରାଫର ସ୍ପନସର ଟ୍ୟୁନିକ ଫଟୋସୁଟରେ ଅଂଶଗ୍ରହଣ କରିଥିଲେ ୨୫୦୦ ଲୋକ । ଯାହା ବଣ୍ଡି ବେଳାଭୂମିରେ ଅନୁଷ୍ଠିତ ହୋଇଥିଲା । ନଗ୍ନ ଫଟୋ ସୁଟ ପାଇଁ ଟ୍ୟୁନିକ ବିଭିନ୍ନ ସ୍ଥାନରେ ବେଶ୍‌ ଜଣାଶୁଣା । ଏହି ଫଟୋସୁଟରେ ସମସ୍ତେ ଏକତ୍ରିତ ହୋଇ ବିନା ବସ୍ତ୍ରରେ ଫଟୋ ଉଠାଇଥିଲେ । ଏହି ଫଟୋ ଚର୍ମ କର୍କଟ ରୋଗ ବିଷୟରେ ସଚେତନ କରାଇବା ଉଦ୍ଦେଶ୍ୟରେ ଉଠାଯାଇଥିଲା । ଏଥିସହ ଟ୍ୟୁନିକ କହିଛନ୍ତି ଯେ ସେ ଏହି ଫଟୋ ଉଠାଇ ଲଜ୍ଜିତ ଅନୁଭବ କରୁନାହାଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏହି ଚର୍ମ କର୍କଟ ରୋଗ ବିଷୟରେ ସଚେତନତା କରାଇବାର ତାଙ୍କୁ ସୁଯୋଗ ମିଳୁଥିବାରୁ ସେ ଗର୍ବିତ ଅନୁଭବ କରୁଛନ୍ତି।

ଏହି ଫଟୋସୂଟରେ ଅଂଶଗ୍ରହଣ କରିଥିବା ରବିନ ଲିଂଡନର ଜଣେ ବ୍ୟକ୍ତି କହିଛନ୍ତି ଯେ ପ୍ରଥମେ ସେ ବହୁତ ଭୟ କରୁଥିବା ବେଳେ କିନ୍ତୁ ବାସ୍ତବରେ ଏହି ଫଟୋସୂଟ ବହୁତ ଭଲ ଥିଲା ଆଉ ସମସ୍ତେ ସମ୍ମାନୀୟ ବ୍ୟକ୍ତି ଥିଲେ। ତେବେ ଟ୍ୟୁନିକର ଅଷ୍ଟ୍ରେଲିଆ ଫଟୋସୁଟ ୪ ନମ୍ବର ପ୍ରୋଜେକ୍ଟ ଥିଲା ବୋଲି ଜଣାପଡ଼ିଛି । ସେ ପୂର୍ବରୁ ବିଭିନ୍ନ ସ୍ଥାନରେ ୧୦୦ ଫଟୋ ଉଠାଇ ଚର୍ଚ୍ଚାରେ ରହିଥିବାବେଳେ ତାଙ୍କ ଏହି ଫଟୋସୂଟରେ ୧୮୦୦୦ ଲୋକ ଅଂଶଗ୍ରହଣ କରିସାରିଛନ୍ତି ।

Leave a Reply

Your email address will not be published. Required fields are marked *