ସଂସ୍କାର : ଚୀନ ଓ ଅନେକ ଦେଶରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । କରୋନାକୁ ନେଇ ଭାରତ ସମ୍ପୂର୍ଣ୍ଣ ସତର୍କ ରହିଛି । ବିଶ୍ୱର ବିଭିନ୍ନ ଦେଶରୁ ଆସୁଥିବା ଯାତ୍ରୀଙ୍କ ପରୀକ୍ଷା ମଧ୍ୟ ଜୋରଦାର କରାଯାଇଛି । ମଙ୍ଗଳବାର ଚାଇନାରୁ କଲମ୍ବୋ ଦେଇ ମଦୁରାଇ ବିମାନବନ୍ଦରକୁ ଫେରିଥିବା ଜଣେ ମହିଳା ଏବଂ ତାଙ୍କର ୬ ବର୍ଷର ଝିଅ କରୋନା ପଜିଟିଭ୍ ବୋଲି ଜଣାପଡିଛି ।
ଏଥି ସହିତ ବୁଧବାର ଦୁବାଇ ଏବଂ କାମ୍ବୋଡିଆରୁ ଫେରିଥିବା ଆଉ ଦୁଇଜଣ ଯାତ୍ରୀଙ୍କ ପରୀକ୍ଷା ପଜିଟିଭ୍ ପରେ ତାମିଲନାଡୁରେ ବିଦେଶରୁ ଫେରିଥିବା କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪ କୁ ବୃଦ୍ଧି ପାଇଛି । କରୋନା ବ୍ୟାପିବାକୁ ନେଇ ଆଗାମୀ ୪୦ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କରୋନାର ପୁରୁଣା ଧାରାକୁ ଦୃଷ୍ଟିରେ ରଖି ଜାନୁଆରୀ ମଧ୍ୟଭାଗରେ ଭାରତରେ କୋଭିଡ -୧୯ ମାମଲାରେ ବୃଦ୍ଧି ଘଟିଥିବାର ଆକଳନ କରାଯାଇଛି ।
ରାଜ୍ୟ ସରକାରଙ୍କ ସରକାରୀ ସୂତ୍ରରୁ ପ୍ରକାଶ ଯେ,ଏହି ୪୦ ଦିନ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଖୁବ୍ ସତର୍କ ରହିବାକୁ ପଡିବ । ପୁରୁଣା ମାମଲାକୁ ଦୃଷ୍ଟିରେ ରଖି ଜାନୁଆରୀ ମଧ୍ୟଭାଗରେ ଭାରତରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ ରେକର୍ଡ ସଂଖ୍ୟକ ବୃଦ୍ଧି ହୋଇପାରେ ।