ନୂଆ ବର୍ଷରେ ରାଶି ଅନୁସାରେ କରନ୍ତୁ ଦାନ, ମିଳିବ ଆଶ୍ଚର୍ଯ୍ୟକର ଫାଇଦା… ପଢ଼ନ୍ତୁ ରିପୋର୍ଟ….

ସଂସ୍କାର : ନୂତନ ବର୍ଷ ୨୦୨୩ ଆସି ପାଦ ଥାପିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଆସନ୍ତା ବର୍ଷ କୁ ସୁଖମୟ ହେବା ପାଇଁ ନିଜର ରାଶି ଅନୁସାରେ କିଛି ଟା ଜିନିଷ ଦାନ କରିବା ଦ୍ୱାରା ଜୀବନ ସୁଖମୟ ହେବ ଓ ଆସନ୍ତା ବର୍ଷ ସମସ୍ତ କ୍ଷେତ୍ର ରେ ସଫଳତା ମିଳିଥାଏ ।ଆସନ୍ତୁ ଜାଣିବା ରାଶି ଅନୁସାରେ କଣ ଦାନ କରିବା ଉଚିତ୍ ….

ମେଷ ରାଶି :

ଏହି ରାଶିର ବ୍ୟକ୍ତି ବର୍ଷ ର ପ୍ରଥମ ଦିନ ହଳଦିଆ ରଙ୍ଗର ଜିନିଷ ଦାନ କରିବା ଉଚିତ୍। ଯେପରିକି ବୁଟ ଡାଲି , ହଳଦୀ ଓ ବେସନ ଭଳି ଜିନିଷ ଦାନ କରିବା ଉଚିତ୍ । ଏହାଦ୍ବାରା ବର୍ଷ ସାରା ଘରକୁ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ ।

ବୃଷ ରାଶି :

ବୃଷ ରାଶିର ବ୍ୟକ୍ତି ନୂଆ ବର୍ଷ ର ପ୍ରଥମ ଦିନରେ ଲୋକଙ୍କୁ ମହୁ ଓ ମସୁର ଡାଲି ଦାନ କରିବା ଉଚିତ୍। ଏପରି କରିବା ଦ୍ବାରା ଆର୍ଥିକ ଅନାଟନ ଦୂର ହୋଇଥାଏ ।

ମିଥୁନ ରାଶି :

ଏହି ରାଶିର ବ୍ୟକ୍ତି ନୂଆ ବର୍ଷ ରେ ଘିଅ , ଫଳ ଓ ଦହି କୌଣସି ବୃଦ୍ଧ ଙ୍କୁ ଦାନ କରିବା ଦ୍ୱାରା ବର୍ଷଟି ଭଲରେ କଟିବ।

କର୍କଟ ରାଶି :

ଏହି ରାଶିର ବ୍ୟକ୍ତି ବର୍ଷର ପ୍ରଥମ ଦିନରେ ଦୁଗ୍ଧ , ପାଣି ଓ ରୂପା ର ମୁଦ୍ରା ଦାନ କରିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହେବ ।

ସିଂହ ରାଶି :

ସିଂହ ରାଶି ର ବ୍ୟକ୍ତି ବର୍ଷର ପ୍ରଥମ ଦିନରେ ଯଦି କେଶର ଓ ତମ୍ବା ପାତ୍ର କୌଣସି ମନ୍ଦିର ରେ ଦାନ କରିବେ ତେବେ ବର୍ଶଟି ସୁଖ ସମୃଦ୍ଧି ରେ ଅତିବାହିତ ହେବ ।

କନ୍ୟା ରାଶି :

କନ୍ୟା ରାଶି ର ବ୍ୟକ୍ତି ବର୍ଷର ପ୍ରଥମ ଦିନରେ ପଶୁ ଙ୍କୁ ଚାଉଳ , ଘାସ ଓ କଦଳୀ ସେବନ କରିବାକୁ ଦେବା ଦ୍ଵାରା ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଥାଏ ।

ତୁଳା ରାଶି :

ତୁଳା ରାଶି ର ବ୍ୟକ୍ତି ନୂତନ ବର୍ଷ କୁ ସୁଖମୟ କରିବା ପାଇଁ ଘିଅ ଓ ତମ୍ବା ପାତ୍ର ଦାନ କରିବା ଉଚିତ୍ ।

ଧନୁ ରାଶି :

ଧନୁ ରାଶି ନୂତନ ବର୍ଷ କୁ ସୁଖମୟ କରିବା ପାଇଁ ନୂଆବର୍ଷ ଦିନ ଯେ କୌଣସି ଧାତୁ ନିର୍ମିତ ପାତ୍ର , ଡାଲି ଦାନ କରିବା ଉଚିତ୍ ।

ମକର ରାଶି :

ମକର ରାଶି ର ବ୍ୟକ୍ତି ବର୍ଷ ଟି ଭଲରେ କାଟିବା ପାଇଁ ମନ୍ଦିର ନିର୍ମିତ ପାଇଁ ଇଟା, ସିମେଣ୍ଟ ଇତ୍ୟାଦି ପ୍ରଥମ ଦିନ ଦାନ କରିବା ଉଚିତ୍ ।

କୁମ୍ଭ ରାଶି :

କୁମ୍ଭ ରାଶି ର ବ୍ୟକ୍ତି ବର୍ଷ ଟି ଭଲରେ କାଟିବା ପାଇଁ ଗରିବ ଙ୍କୁ କମ୍ବଳ ଓ ଖାଦ୍ୟ ଦାନ କରିବା ଉଚିତ୍ । ଏହା ରିଷ୍ଟ୍ ଖଣ୍ଡନ ମଧ୍ୟ କରିଥାଏ ।

ମୀନ ରାଶି :

ମୀନ ରାଶି ର ବ୍ୟକ୍ତି ବର୍ଷର ପ୍ରଥମ ଦିନ ଯଦି ତମ୍ବା ପାତ୍ର ରେ ଗୁଡ ଭରି କୌଣସି ମନ୍ଦିର ରେ ଦାନ କରିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହେବାର ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *