ମାଆ ଲକ୍ଷ୍ମୀଙ୍କୁ ଦାନ କରନ୍ତୁ ଏହି ସବୁ ଜିନିଷ, ନୂତନ ବର୍ଷରେ ପର୍ସରୁ ଖାଲି ହେବ ନାହିଁ ଜିନିଷ….

ସଂସ୍କାର : ପାଦ ଥାପିଲା ନୂତନ ବର୍ଷ ୨୦୨୩। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନୂଆବର୍ଷରେ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ କିଛି ସରଳ ଉପାୟ ରହିଛି। ନୂଆ ବର୍ଷର ପ୍ରଥମ ଦିନରେ ମା’ଙ୍କ ଚରଣରେ କିଛି ସ୍ୱତନ୍ତ୍ର ଜିନିଷ ଅର୍ପଣ କରିବା ଦ୍ୱାରା ମା’ଙ୍କ ବିଶେଷ କୃପା ମିଳିଥାଏ। ଧନର ଅଭାବ ନହେବା ସହ ଧନସମ୍ପତ୍ତି ଓ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ପର୍ସ ମଧ୍ୟ ଖାଲି ହୋଇନଥାଏ। ମା’ଙ୍କୁ ଏହି ସମସ୍ତ ଜିନିଷ ଖୁବ୍‌ ପ୍ରିୟ ମଧ୍ୟ। ଏହାଦ୍ୱାରା ମା’ ଖୁବ୍‌ ପ୍ରସନ୍ନ ହେବା ସହ ଆଶୀର୍ବାଦ ମିଳିଥାଏ। ଜାଣନ୍ତୁ..

ହିନ୍ଦୁ ଧର୍ମରେ ନଡିଆକୁ ଖୁବ ଶୁଭ ବୋଲି କୁହାଯାଏ। ନଡିଆ ମା’ଲକ୍ଷ୍ମୀଙ୍କ ପ୍ରିୟ ଫଳ ବୋଲି ମାନ୍ୟତା ରହିଛି। ଏହି କାରଣରୁ ଏହାକୁ ଶ୍ରୀଫଳ ବୋଲି ମଧ୍ୟ କୁହାଯାଏ। ତେଣୁ ନୂଆ ବର୍ଷର ପ୍ରଥମ ଦିନରେ ମା’ଙ୍କ ନିକଟରେ ନଡିଆ ସହ ଏଥିରୁ ପ୍ରସ୍ତୁତ ମିଠା ଭୋଗ କରନ୍ତୁ। ମା’ଲକ୍ଷ୍ମୀଙ୍କୁ ଆଖୁ ମଧ୍ୟ ଖୁବ ପ୍ରିୟ। ତେଣୁ ନୂଆ ବର୍ଷରେ ମା’ଙ୍କୁ ପତ୍ର ସହ ଥିବା ଆଖୁ ଅର୍ପଣ କରନ୍ତୁ। ମା’ଲକ୍ଷ୍ମୀଙ୍କୁ ଧାତୁ ମଧ୍ୟରେ ସ୍ୱର୍ଣ୍ଣ ଅଧିକ ପ୍ରିୟ। ତେଣୁ ନିଜ ସକ୍ଷମ ଅନୁଯାୟୀ ମା’ଙ୍କୁ ସୁନାର କୌଣସି ଗହଣା ମଧ୍ୟ ଅର୍ପଣ କରିପାରିବେ।

ଧନର ଦେବୀ ମା’ଲକ୍ଷ୍ମୀଙ୍କୁ ପାନ ମଧ୍ୟ ଖୁବ୍‌ ପ୍ରିୟ। ତେଣୁ ଭୋଗରେ ମା’ଙ୍କୁ ପାନ ନିଶ୍ଚୟ ଅର୍ପଣ କରନ୍ତୁ। ଏହାଦ୍ୱାରା ମା’ଙ୍କ କୃପା ସର୍ବଦା ରହିଥାଏ। ମା’ଙ୍କୁ ପଦ୍ମ ଫୁଲ ମଧ୍ୟ ଖୁବ ପ୍ରିୟ। ତେଣୁ ମା’ଙ୍କୁ ଏହି ଫୁଲ ଅର୍ପଣ କରିପାରିବେ।
ମଖାନାକୁ ଶୁଦ୍ଧ ଓ ପବିତ୍ର ବୋଲି କୁହାଯାଏ। ମା’ଙ୍କୁ ଏହା ଅର୍ପଣ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।

Leave a Reply

Your email address will not be published. Required fields are marked *