ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଦିନେ ଦେଇଥିଲେ ୫୦ହଜାର ଟଙ୍କାର ନକଲି ଚେକ୍, ଲୋକେ ଛେଚିଲେ ଆଉ ଏହି ମାମଲାରେ ଗଲେ ଜେଲ୍

ସଂସ୍କାର: ନକଲି ଫିଲ୍ମ ପ୍ରଡ୍ୟୁସର କଲେ ଅସଲି ଚୋରି। ସାମାନ୍ୟ ଏକ ମିକ୍ସର୍ ମେସିନ୍ ଚୋରି କରି ଫସିଲେ ନିଜକୁ ଫିଲ୍ମ ପ୍ରଡ୍ୟୁସର କହୁଥିବା ସୁତାଂଶୁ ମହାନ୍ତି। ଯିଏ ଦିନେ ରୋଗରେ ପଡିଥିବା ଓଲିଉଡର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ୫୦ହଜାର ଟଙ୍କାର ଚେକ ଦେଇଥିଲେ। କିନ୍ତୁ ପରଦିନ ସକାଳେ ଚେକଟି ବାଉନ୍ସ ହୋଇଯାଇଥିଲା। ଆଉ ନିଜକୁ ଫିଲ୍ମ ପ୍ରଡ୍ୟୁସର କହୁଥିବା ଏହି ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିଲା ମାତ୍ର 108 ଟଙ୍କା।

ତେବେ ବର୍ତ୍ତମାନ ସେ ଗିରଫ ହୋଇଥିବା ରାଜ୍ୟ ଗଣମାଧ୍ୟମ ସୁତ୍ରରୁ ଖବର ମିଳିଛି। ଏହି ନକଲି ପ୍ରଡ୍ୟୁସର  ବର୍ତ୍ତମାନ ନକଲି କଣ୍ଟ୍ରାକ୍ଟର୍ ସାଜି ଚୋରି କରୁଥିଲେ ଆଉ ବର୍ତ୍ତମାନ ଧରାପଡିଛନ୍ତି। ସେ ବର୍ତ୍ତମାନ ଘର ତିଆରି କାମରେ ବ୍ୟବହାର ହେଉଥିବା ମିକ୍ସର୍ ମେସିନକୁ ଚୋରି କରି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି।

କେନ୍ଦ୍ରାପଡା ଜିଲ୍ଲାରୁ ଅଭିଯୁକ୍ତ ସୁତାଂଶୁ ମହାନ୍ତିଙ୍କୁ ଗିରଫ କରିଛି ଘଟଗାଁ ଥାନା ପୋଲିସ। ସୂଚନା ଅନୁଯାୟୀ, କେନ୍ଦ୍ରାପଡାର ସୁତାଂଶୁ ମହାନ୍ତି ଘଟଗାଁକୁ ଆସି ମିକ୍ସର ମେସିନକୁ ଚୋରି କରିବା ପାଇଁ ପୁରା ଯୋଜନା ବନାଇଥିଲେ। ଏଥି ପାଇଁ ସେ ପୋଲସରାରର ପିକଅପ ଭ୍ୟାନ ମାଲିକଙ୍କୁ ଯୋଗାଯୋଗ କରିଥିଲେ। ସଂପୃକ୍ତ ପିକଅପ ଭ୍ୟାନ ମାଲିକ ମିକ୍ସର ମେସିନକୁ ଭୁବନେଶ୍ୱର ଯାଏଁ ନେଇଥିଲେ। ଏଥିପାଇଁ ସୁତାଂଶୁ ଫୋନପେରେ ଭଡା ଦେଇଥିଲେ।

ସୀତାଂଶୁ ଏହି ଗାଡିକୁ ମଞ୍ଚେଶ୍ୱର ଅଞ୍ଚଳର ଜଣେ ଅଣଓଡିଆ କବାଡିବାଲାଙ୍କୁ ବିକ୍ରି କରିଦେଇଥିଲେ। ପୁଲିସ ତଦନ୍ତ ବେଳେ ସିସିଟିଭି ଫୁଟେଜ ଆଧାରରେ ପ୍ରଥମେ ପିକ ଅପ ଭ୍ୟାନ ମାଲିକଙ୍କୁ ଧରିଥିଲା। ଆଉ ତାଙ୍କ ସୂଚନା ଆଧାରରେ ଅନ୍ୟମାନଙ୍କୁ କାବୁ କରିଥିଲା। ଉଦ୍ଧାର ହୋଇଥିବା ମେସିନକୁ ମାଲିକଙ୍କୁ ଫେରାଇଦିଆଯାଇଛି।

ତେବେ ଗିରଫ ହୋଇଥିବା ସୁତାଂଶୁର ପୂର୍ବରୁ ଏକ ଫିଲ୍ମ ରିଲିଜ ହୋଇସାରିଛି। ଏବେ ଆଉ ଏକ ଫିଲ୍ମ ରିଲିଜ ଅପେକ୍ଷାରେ ଅଛି। ଫିଲ୍ମ ନିର୍ମାଣରେ ହୋଇଥିବା କ୍ଷତିଭରଣା ପାଇଁ ମିକ୍ସର ମେସିନକୁ ସୁତାଂଶୁ ଚୋରି କରିଥିବା ଜଣାପଡିଛି। ମିକ୍ସର ମେସିନକୁ ଏଭଳି ଢଙ୍ଗରେ ଚୋରି କରିନେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *