ସଂସ୍କାର: ଦିଲ୍ଲୀରେ ମାନବିକତା ପୁଣି ଥରେ ଲଜ୍ଜିତ ହୋଇଛି। ଦେଶର ରାଜଧାନୀରେ ପୁଣି ଥରେ ବଳାତ୍କାର ଘଟଣା ଘଟିଥିଲା ଏବଂ ପୋଲିସ ଏହି ମାମଲା ରୁଜୁ କରିବାକୁ ମନା କରିଦେଇଥିଲା। କାହିଁକି? କାରଣ ବଳାତ୍କାର ମନୁଷ୍ୟ ସହିତ ନୁହେଁ ବରଂ ଏକ ପଶୁ ସହିତ ଘଟିଥିଲା। ଏହା ଆହୁରି ଘୃଣ୍ୟ କିନ୍ତୁ ଦିଲ୍ଲୀ ପୋଲିସ କାଗଜରେ ମଧ୍ୟ ଏହି ମାମଲା ପଞ୍ଜିକରଣ କରିବାକୁ ମନା କରିଦେଇଛି। ଯାହାକି ଏକ ଆଶ୍ଚର୍ଯ୍ୟକର କଥା।
ଏହି ଘଟଣାଟି ହରିନଗରର ବୋଲି ଜଣାପଡିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ତରୁଣ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଏକ ଭିଡିଓ ପୋଷ୍ଟ କରାଯାଇଛି, ଯେଉଁଥିରେ ଜଣେ ବ୍ୟକ୍ତି ପାର୍କରେ କୁକୁର ସହିତ ଅସଦାଚରଣ କରୁଥିବା ଦେଖିବାକୁ ମିଳିଛି। ବ୍ୟକ୍ତିର ଚେହେରା ଏହି ଭିଡିଓରେ ଦେଖାଯାଉନାହିଁ।
ତରୁଣ ଅଗ୍ରୱାଲ ତାଙ୍କ ଟୁଇଟରେ ଲେଖିଛନ୍ତି ଯେ କ୍ଷମତାରେ ବସିଥିବା ଲୋକଙ୍କ ଦାୟିତ୍ୱ କ’ଣ? ସେମାନଙ୍କର କ୍ଷମତାର ଅପବ୍ୟବହାର କରିବା ସେମାନଙ୍କର ଏକମାତ୍ର ଦାୟିତ୍ୱ କି? ଏହି ଟୁଇଟରେ ସେ ଅଭିଯୋଗ କରିଛନ୍ତି ଯେ ହରିନଗର ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା କୁକୁର ସହିତ ଦୁଷ୍କର୍ମ ମାମଲାରେ ଏଫଆଇଆର ନେବାକୁ ମନା କରିଦେଇଥିଲେ। ସେ କହିଛନ୍ତି ଯେ ମହିଳା ବଳାତ୍କାର ପାଇଁ ଦିଲ୍ଲୀ ପୋଲିସ ଅପେକ୍ଷା କରିଛି କି?
ଅନ୍ୟପକ୍ଷରେ ଯେତେବେଳେ ଟ୍ୱିଟରରେ ଏହି ମାମଲା ଭାଇରାଲ ହୋଇଥିଲା ସେତେବେଳେ ପୋଲିସ ପକ୍ଷରୁ ସ୍ପଷ୍ଟୀକରଣ ମଧ୍ୟ ଆସିଛି। ଦିଲ୍ଲୀ ପୋଲିସର ଟ୍ୱିଟର ଆକାଉଣ୍ଟରୁ ସୂଚନା ପ୍ରଦାନ କରି କୁହାଯାଇଛି ଯେ ମାମଲାଟି ଗ୍ରହଣ କରାଯାଇଛି ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।