ଦେଖନ୍ତୁ ଭିଡ଼ିଓ: ଆଉ ନାହାଁନ୍ତି ପିଣ୍ଟୁ ନନ୍ଦ, ମନେ ପକାଇ ଉଦାଶ ହୋଇ ଗଣମାଧ୍ୟମକୁ ଏସବୁ କହିଲେ ଶ୍ରୀତମ ଦାସ

ସଂସ୍କାର: ଗତକାଲି ରାତି 11 ଟା 25 ସମୟରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଜୀବନ ଯୁଦ୍ଧରେ ହାରି ନିଜର ପ୍ରାଣତ୍ୟାଗ କରିଛନ୍ତି। ସେ ଥିଲେ ଓଲିଉଡ଼ର ଜଣେ ଆଗ ଧାଡ଼ି ର ଅଭିନେତା। ଏବେ ତାଙ୍କ ବିୟୋଗରେ ସାରା ଓଲିଉଡ଼ ଜଗତ ଶୋକ ପ୍ରକାଶ କରିଛି। ଏମିତିକି ଖୋଦ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ପିଣ୍ଟୁଙ୍କ ବିୟୋଗରେ ଦୁଃଖିତ ହୋଇଛନ୍ତି।

ତେବେ ପିଣ୍ଟୁ ଆଉ ଏହି ଦୁନିଆରେ ନାହାନ୍ତି , ଏହି ନିରାଟସତ୍ୟକୁ ଅତି ସହଜରେ କେହିବି ଗ୍ରହଣ କରି ପାରୁ ନାହାଁନ୍ତି। ପିଣ୍ଟୁ ନନ୍ଦ ଙ୍କ ବିୟୋଗରେ ଅନେକ ଅଭିନେତା ଓ ଅଭିନେତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ଏହି ସମ୍ପର୍କ ରେ ଓଲିଉଡ଼ ଅଭିନେତା ଶ୍ରୀତମ ଦାସ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ଏହା ନିଶ୍ଚିତ ଭାବରେ ଏକ ଦୁଃଖଦ ଘଟଣା ଅଟେ। କାରଣ ପିଣ୍ଟୁ ନନ୍ଦ ହେଉଛନ୍ତି ତାଙ୍କ ପରିବାର ଏକ ସଦସ୍ୟ ସଦୃଶ୍ୟ। ଦୀର୍ଘ ଏକ ମାସ ହେବ ସେ ଜୀବନ ସହ ଅନେକ ସଂଘର୍ଷ କରି ପୂର୍ଣ୍ଣ ଲଢେଇ କରି ବଞ୍ଚିବା ଚେଷ୍ଟା କରୁଥିଲେ।

ସେ ଅନେକ କ୍ଷେତ୍ରରେ ମୋତେ ଅନେକ ପ୍ରକାରର ସାହାଯ୍ୟ ମଧ୍ୟ କରିଛି। ସେଥିପାଇଁ ସଦା ସର୍ବଦା ପିଣ୍ଟୁ ସହ ମୋର ଭଲ ସମ୍ପର୍କ ରହିଥିଲା। ସେ ଯେଉଁ ସୁଟିଂ ସେଟ୍ ରେ ଥାଆନ୍ତି ସେଠାରେ ହସ ଖୁସୀ ର ମହୋଲ୍ ମଧ୍ୟ ଥାଏ।

ଶ୍ରୀତମ ଆହୁରି ବି କହିଛନ୍ତି ଯେ, ପିଣ୍ଟୁ ଏଭଳି ଭାବରେ ହଠାତ୍ ଚାଲି ଯିବା ସ୍ବୀକାର କରି ପାରିନାହିଁ। ପିଣ୍ଟୁ ନନ୍ଦ ଥିଲେ ଜଣେ ବେଶ ଭଲ ଅଭିନେତା ସେ କମେଡି ମଧ୍ୟ ଖୁବ୍ ସୁନ୍ଦର୍ ଭାବରେ କରି ପାରୁଥିଲେ। ଏଥି ସହ ସେ ଏକ ଭଲ ଖଳନାୟକ ଭାବେ ଅଭିନୟ ମଧ୍ୟ କରି ପାରୁଥିଲେ। ତିନି ଚାରି ଦିନ ତଳେ ପିଣ୍ଟୁ ମଧ୍ୟ ଫଟୋ ଉଠାଇ ମୋତେ ପଠାଇ ଥିଲା। ହେଲେ ଏଭଳି ଭାବରେ ହଠାତ୍ ପିଣ୍ଟୁ ଚାଲି ଯିବା ନିଶ୍ଚିତ ଭାବରେ ଅନେକ କଷ୍ଟ ଦାୟକ ଅଟେ।

Leave a Reply

Your email address will not be published. Required fields are marked *