ସଂସ୍କାର: ଓଲିଉଡ଼ର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଅକାଳ ବିୟୋଗକୁ ନେଇ ସମସ୍ତେ ସବ୍ଧ ଅଛନ୍ତି। ତେବେ ସେ ଲିଭର୍ ସିରୋସିସ୍ ରୋଗରେ ପୀଡିତ ଥିଲେ। ଓଲିଉଡ଼ ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ପ୍ରଥମେ ଦିଲ୍ଲୀ ଓ ସେଠାରୁ ହାଇଦ୍ରାବାଦ୍ କୁ ଚିକିତ୍ସା ପାଇଁ ନିଆ ଯାଇଥିଲା। ତେବେ ମାର୍ଚ୍ଚ 1 ତାରିଖ ବୁଧବାର ଦିନ ହାଇଦ୍ରାବାଦର ଯଶୋଦା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି।
ତାଙ୍କ ମୃତ୍ୟୁ ପରେ ସିନେ ଷ୍ଟାରଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପିଣ୍ଟୁ ନନ୍ଦଙ୍କ ଅକାଳ ବିୟୋଗକୁ ନେଇ ସମସ୍ତେ ଭିନ୍ନ ଭିନ୍ନ ମତ ଦେବାରେ ଲାଗିଛନ୍ତି। ମଦ ପିଇବାକୁ ନେଇ ମୃତ୍ୟୁ ପୂର୍ବରୁ ସୋସାଇଟିକୁ ଏକ ସୁନ୍ଦର ବାର୍ତ୍ତା ଟିଏ ଦେଇଛନ୍ତି ଅଭିନେତା ପିଣ୍ଟୁ ନନ୍ଦ। ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ମୃତ୍ୟୁ ପୂର୍ବରୁ ମଦ ପିଇବା କୁ ନେଇ ପିଣ୍ଟୁ ନନ୍ଦ କହିଥିଲେ ଯେ, ଆମର ଯେତେ ଭାଇ ଭଉଣୀ ରହିଛନ୍ତି ଯେଉଁ ମାନେ ମଦ ସିଗାରେଟ୍ ଆଦି ସେବନ କରୁଛନ୍ତି ସେମାନେ ଆଦୌ କରନ୍ତୁ ନାହିଁ। କଳାକାର ମାନେ ସୁଟିଂ ରେ ଡୁପ୍ଲିକେଟ୍ ମଦ ସିଗାରେଟ୍ ସେବନ କରୁଛନ୍ତି ସେଇଟା କରିବା ପାଇଁ ବାଧ୍ୟ। କିନ୍ତୁ ରିଅଲ ଲାଇଫ ରେ କାହାକୁ ମଦ ନ ପିଇବା ପାଇଁ ଏବଂ ସିଗାରେଟ୍ ନ ଟାଣିବାକୁ ଅନୁରୋଧ କରିଥିଲେ ପିଣ୍ଟୁ ନନ୍ଦ।
ଆହୁରି ମଧ୍ୟ ପିଣ୍ଟୁ ନନ୍ଦ କହିଥିଲେ କି ସକାଳୁ ଉଠି ଯୋଗ କରନ୍ତୁ ପ୍ରାଣାୟମ କରନ୍ତୁ କସରତ କରନ୍ତୁ। ତାହାଲେ ଆପଣ ଫିଟ୍ ରହିବେ। ଫୁର୍ତିରେ ରହିବେ। ନିଜକୁ ସୁସ୍ଥ ରଖନ୍ତୁ ଆପଣଙ୍କ ଆଗକୁ ନିଶ୍ଚିତ ବଢ଼ିବେ। ଏହି ଭିଡିଓ ଟିକୁ ସୁଟିଂ ରେ ଥିବା ସମୟରେ ଅଭିନେତା ପୁପିନ୍ଦର ସିଂହ ଦ୍ୱାରା ରେକର୍ଡ କରା ଯାଇଥିଲା। ଏହି ଭିଡିଓ କୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ରିଲିଜ୍ କରିଛନ୍ତି ପୁପିନ୍ଦର ସିଂହ। ପିଣ୍ଟୁ ଙ୍କ ଅକାଳ ବିୟୋଗ ପରେ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।