ସଂସ୍କାର: ଲୋକଙ୍କ ସମ୍ମୁଖରେ ନିଜର ନଗ୍ନତାକୁ ପରିଦର୍ଶନ କରି ଟଙ୍କା ରୋଜଗାର କରିବା ବର୍ତ୍ତମାନ ସମସ୍ତ ସେଲିବ୍ରେଟି ଚାହୁଁଛନ୍ତି। ଆଉ ଏହି ନଗ୍ନତାକୁ ବି ଅନେକ ୟୁଜର୍ ପସନ୍ଦ ବି କରୁଛନ୍ତି। କାରଣ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାର ମୂଳ ମାଧ୍ୟମ ହୋଇଛି ନଗ୍ନତା।
ତେବେ ନିକଟରେ ଜଣେ ଯୁବତୀଙ୍କୁ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ସେ ନଗ୍ନତା ବିଷୟରେ ନିଜର ମତ ରଖିଛନ୍ତି। କେମିତି ଝିଅ ବା ଯୁବତୀ ମାନେ ନିଜର ଅଙ୍ଗ ପ୍ରଦର୍ଶନ କରି ଟଙ୍କା ରୋଜଗାର କରୁଛନ୍ତି ତାହା କହିଛନ୍ତି ସେ।
ଯୁବତୀ ଜଣକ କହିଛନ୍ତି ଯେ, “ଯେତେବେଳେ ଆମେ ଛୋଟ ଥିଲୁ, ଆମ ବାପାମାଆ ଆମକୁ ନେଇ କୋର୍ଣ୍ଣାକ ଯାଉଥିଲେ। ସେଠାରେ ତ ଦେବାଦେବୀଙ୍କ ବହୁତ ନଗ୍ନତା ପ୍ରତିମା ରହିଛି। କିନ୍ତୁ ଆଜି ସେମାନେ ଆମ ସହିତ ବସି ଘରେ ଟିଭି ଦେଖି ପାରୁ ନାହାନ୍ତି। ନଗ୍ନତା ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ, ନିଜକୁ ସୋ କଲଡ୍ ସେଲିବ୍ରେଟ୍ କହୁଥିବା ଯୁବତୀ ନିଜର ମେଦବହୁଳତା ଶରୀର ଦେଖାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଯାହାକି ଏକ ଭଲ କଥା ନୁହଁ।”
ଯୁବତୀ ଆହୁରି କହିଛନ୍ତି ଯେ, “ନଗ୍ନତାର ବି ଏକ ସୀମା ରହିଛି। କିନ୍ତୁ ତାହା ଶାଳୀନତା ରଖି କରିବା ଉଚିତ। ଓଟିଟି ପାଲଟଫର୍ମରେ ଆମେ ଜାଣିନଥିବା ଭାଷା ଅଭିନେତା ଅଭିନେତ୍ରୀ ମାନେ କହୁଛନ୍ତି। ଯାହା ଶୁଣିବା ଯୋଗ୍ୟ ନୁହଁ। ନଗ୍ନତା ଦେଖାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଅନେକ ଯୁବତୀ।