ସଂସ୍କାର: ରାଜ୍ୟରେ ପରିବହନ ବିଭାଗ ଏବଂ ଟ୍ରାଫିକ ନିୟମ ଯେତେ କଠୋର ହେଉଛି ଲୋକଙ୍କ ମନମାନି ମଧ୍ୟ ସେତିକି ବୃଦ୍ଧି ପାଇବାରେ ଲାଗିଛି। ତେଣୁ ପ୍ରତିଦିନ ପ୍ରଶାସନ ତରଫରୁ ଅନେକ ଲୋକଙ୍କର ଚାଲାଣ କାଟିବା ସହ କିଛି ଲୋକଙ୍କ ଲାଇସେନ୍ସ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କଠୋର ହେଉଛି ରାଜ୍ୟ ପରିବହନ ବିଭାଗ। ରାଜ୍ୟରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ପାଇଁ ଗାଡି ଚେକିଂ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଇଛି।
ତେବେ ବର୍ତ୍ତମାନ ରାଜ୍ୟରେ ହେଲମେଟ୍ ଚେକିଂ ଜୋରଦାର ହେଉଛି। ଆଉ ଅନେକ ବାଇକ୍ ଚାଳକ ପୋଲିସ କବ୍ଜାରେ ଧରାପଡିଛନ୍ତି। ତେବେ ବର୍ତ୍ତମାନ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି। ଯେଉଁଥିରେ ଜଣେ ବାଇକ୍ ଚାଳକ ପୋଲିସ ହାତରେ ହେଲମେଟ ନ ପିନ୍ଧିଥିବାରୁ ଧରାପଡିଛନ୍ତି। ଆଉ ସେହି ବ୍ୟକ୍ତିଗତ ଜଣଙ୍କ ପୋଲିସକୁ କହିଛନ୍ତି ଯେ, “ମୋ ମୁଣ୍ଡ ବଡ଼ ତ ହେଲମେଟ୍ ମିଳୁନି…” ।
ତେବେ ବ୍ୟକ୍ତି ଜଣକ ଏକ ହେଲମେଟ୍ ପିନ୍ଧିଥିଲେ, ଯାହାକି କନଷ୍ଟ୍ରକସନ କାମରେ ବ୍ୟବହୃତ ହୋଇଥାଏ। ଯେଉଁ କାରଣରୁ ତାଙ୍କୁ ପୋଲିସ ଧରିଥିଲା। ଆଉ ପୋଲିସ ଧରିବା ପରେ ସେ ବିଭିନ୍ନ ବାହାନା ସୃଷ୍ଟି କରିଥିଲେ।