ଛତିଶଗଡ଼ରୁ ଭାସିଆସିଛି ଏକ ବଡ଼ ଧରଣ ର ରହସ୍ୟମୟ ଵସ୍ତୁ ! ଯାହାକୁ ଦେଖି ଲୋକେ ହେଲେ ଆଶ୍ଚର୍ଯ୍ୟଚକିତ…

ବର୍ତ୍ତମାନ ଛତିଶଗଡ ଏବେ କଲମା ବ୍ୟାରେଜ ର ସବୁ ଗେଟ ଖୋଲି ପାଣି ଛାଡିଛି ତାହା ନୁହେଁ ବରଂ ଏକ ରହସ୍ୟମୟ ଵସ୍ତୁ ମଧ୍ୟ ଛାଡିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ପୁରା ପୁରୀ ଭୟଭୀତ। ପାଣି ବଢିବା ସହ ପୁଣି ରହସ୍ୟମୟ ଵସ୍ତୁ । ଏହାକୁ ଗଣମାଧ୍ୟମ ନିଜ ନିଜ କ୍ୟାମେରା ରେ ରେକର୍ଡ କରିଛନ୍ତି ।

ସ୍ଥାନୀୟ ଲୋକେ ଏହା ଗୋଟେ ଡଙ୍ଗା ନା କୌଣସି ବଡ ବସ୍ତୁ ନା ଜୀବ କିଛି ବି ଜାଣି ପାରିଲେ ନାହିଁ । ଶେଷରେ ଓଡ୍ରାଫ ଟିମ ଆସି ପହଞ୍ଚି ଥିଲା ଘଟଣା ସ୍ଥଳକୁ । କିନ୍ତୁ ଓଡ୍ରାଫ ଟିମ ମନରେ ସନ୍ଦେହ ଆସିଲା କି ଯଦି କୌଣସି ବସ୍ତୁ ଥିବ ତ କିଛି କଥା ନୁହେଁ କିନ୍ତୁ କୌଣସି ଜୀବ ଥିଲେ ସ୍ଥିତି କଣ ହେବ ?

ଛତିଶଗଡ କେବେ ଓଡିଶାର ଭଲ ଚାହୁଁ ଥିବ ତାହା କେହି ସହଜରେ ବିଶ୍ଵାସ କରୁ ନ ଥିଲେ । କାରଣ ଛତିଶଗଡ ସବୁ ଗେଟ ଖୋଲିବା ପରେ ଓଡିଶା ପାଇଁ ଯେଉଁ ବିପଦ ମାଡି ଆସିଛି ସେଥିପାଇଁ କାହିଁଙ୍କି ଏଭଳି ଗୋଟେ ବସ୍ତୁ କୁ ଛାଡିଛି ତାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ବଢିଲା । ଏହି ସ୍ଥିତିରେ ଓଡ୍ରାଫ ଟିମ ଜଳ ଭିତରକୁ ଯାଇ ଦେଖିଲା ବେଳକୁ ଏହା ଗୋଟେ ଡଙ୍ଗା ।

ଏହି ଡଙ୍ଗା ଟି ଫାଇଭର ରେ ତିଆରି ହୋଇଛି । ହେଲେ ଡଙ୍ଗା ଭିତରେ କଣ ରହିଛି ? ଛତିଶଗଡ ପକ୍ଷରୁ ସେଇ ଡଙ୍ଗା ଭିତରେ କଣ ପଠାଯାଇଛି କେହି କିଛି ଜାଣିପାରିଲେ ନାହିଁ । କାରଣ ଡଙ୍ଗା ଟି ଏତେ ବିଶାଳ ଯେ ତାହାକୁ ଓଲଟାଇବା ସହଜ ନୁହେ । ଏବେ ବି ଡଙ୍ଗା ସେମିତି ରହିଛି । ବାସ୍ତବରେ ତାହା ଗୋଟେ ଡଙ୍ଗା ନା କୌଣସି ବଡ ବସ୍ତୁ ତାହା ଏ ଯାଏଁ ସ୍ପଷ୍ଟ ନୁହେ।

କାରଣ ଯେବେ ଯାଏଁ ସେହି ବସ୍ତୁ କୁ ଓଲଟା ଯାଇନି ସେ ପର୍ଯ୍ୟନ୍ତ ଜଣା ପଡିବ ନାହିଁ ପ୍ରକୃତରେ ତାହା କଣ ? ସେପଟେ ଓଡ୍ରାଫ ଟିମ ପକ୍ଷରୁ କୁହା ଯାଇଛି କି ତାହା ଗୋଟେ ବିଶାଳକାୟ ଡଙ୍ଗା । ଡଙ୍ଗା ଭିତରେ କଣ ଅଛି ତାହାକୁ ଓଲଟାଇବା ପରେ ଜଣା ପଡିବ ।