ବୃଦ୍ଧ ବୟସରେ ସହାରା ହୋଇଥାନ୍ତି ପୁଅ ବୋହୂ। କିନ୍ତୁ ନିଜ ମା କୁ ଘରୁ ବାହାର କରିଦେଇଥିବାର ଏକ ଅଭାବନୀୟ ଘଟଣା ଘଟିଛଯାଇଛି। ଆଜ୍ଞା ହଁ ଏହି ଘଟଣାଟି ଘଟିଯାଇଛି କାମାକ୍ଷା ନଗରରେ। ଯାହାକୁ ଦିନେ କୋଳେଇ କାଖେଇ ବଡ଼ କରିଥିଲା ମା, ଏବେ ପରିଣତ ବୟସରେ ଘରୁ ବାହାର କରିଦେଇଛି ସେହି ପୁଅ।
ସାହି ପଡିଶା ଙ୍କ ଦ୍ଵାରରେ ମୁଣ୍ଡ ଗୁଂଜି କଟୁଛି ଦିନ। ଏମିତିକି ନିଜ ଶେଷ ଭରସା ଝିଅ ମଧ୍ୟ ସହାରା ଦେବାକୁ ମନା କରିଦେଇଛି। ତେବେ 72 ବୟସ୍କା ରୁକ୍ମଣୀ ପାତ୍ର ଏବେ ସାହାଯ୍ୟ ମାଗିଛନ୍ତି ପ୍ରଶାସନକୁ।
କାମାକ୍ଷାନଗରର ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପରେ, ଉପଜିଲ୍ଲାପାଳ ତୁରନ୍ତ ଏହାର ସମାଧାନ କରିବାକୁ ଅଧିକାରୀଙ୍କୁ କହିଛନ୍ତି। ତେବେ ଏହାର ସମାଧାନ ନହେଲେ ଆଇନ ର ସହାୟତା ନିଆଯିବ ବୋଲି କହିଛନ୍ତି। ଦେଖନ୍ତୁ ଏହି କରୁଣା ମା ର ଭିଡିଓ…