ଏହି କାରଣରୁ ଟିକଟକ ଆପରୁ ଡିଲିଟ ହେଲା ଏତିକି କୋଟି ଭାରତୀୟ ଭିଡ଼ିଓ

ଟିକଟକ ଚାଇନିଜ ଆପ କେବଳ ଭାରତରେ ତାର ସର୍ବାଧିକ ୟୁଜର୍ସ ସାଉଁଟିବାରେ ସକ୍ଷମ ହୋଇଥିଲା ନିକଟରେ ଭାରତ ସରକାର ଏହା ଉପରେ କଟକଣା ଲଗାଇଦେଲା । ଆକ୍ଟିଭ ୟୁଜର୍ସ ଏବଂ ରେଭିନ୍ୟୁ ଦୃଷ୍ଟିରୁ ଦେଖିଲେ ସାରା ବିଶ୍ୱରେ ଭାରତ ହିଁ ଗୋଟିଏ ଦେଶ ଥିଲା ଯିଏ ଟିକଟକ ଆପରେ ଏକ ନମ୍ବର ଥିଲା । ସର୍ବାଧିକ ଭାରତୀୟଙ୍କ ଭିଡ଼ିଓ ଟିକଟକ ଆପରେ ଥିଲାବେଳେ ଏବେ ଟିକଟକ ପ୍ରାୟ ୧.୬୫ କୋଟି ଭାରତୀୟ ଭିଡ଼ିଓକୁ ଡିଲିଟ କରିଦେଇଛି ।  

ଟିକେଟ ମାଧ୍ୟମରେ ପ୍ରାୟ ୧.୬୫ କୋଟି ଭାରତୀୟ ଭିଡ଼ିଓ ଡିଲିଟ କରାଯାଇଥିଲା ଯାହା ଅନ୍ୟ ଦେଶ ତୁଳନାରେ ୪ ଗୁଣ ଥିଲା ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁଯାୟୀ,  ଭିଡ଼ିଓ ଡିଲିଟ ମାମଲାରେ ପ୍ରାୟ ୪୬ ଲକ୍ଷ ଆମେରିକୀୟ ଭିଡ଼ିଓ ହଟାଯାଇଛି ଯିଏ ଦିନେ ଟିକଟକ ଆପ ପାଇଁ ଥିଲା ଦ୍ୱିତୀୟ ସର୍ବାଧିକ ୟୁଜର୍ସ । ସେହିପରି ୩ୟ ରେ ପାକିସ୍ଥାନ, ୪ର୍ଥ ରେ ବ୍ରିଟେନର ୨୦ ଲକ୍ଷ ଭିଡ଼ିଓ ହଟାଯାଇଥିବା ବେଳେ ୫ ମ ସ୍ଥାନରେ ରୁଷ ରହିଛି ଯାହାର ୧୩ ଲକ୍ଷ ଭିଡ଼ିଓ ଡିଲିଟ କରାଯାଇଛି ।

ଗ୍ଲୋବାଲ ଟ୍ରାନ୍ସପରେନ୍ସି ରିପୋର୍ଟରେ ଟିକଟକ ସ୍ପଷ୍ଟ କରିଛି ଯେ ଏଭଳି ଭିଡ଼ିଓ ଡିଲିଟ କରିବା ପଛର ପ୍ରମୁଖ କାରଣ ହେଉଛି ‘ଯୁବ ନଗ୍ନତା ଏବଂ ଯୌନ କାର୍ଯ୍ୟକଳାପ’ ଯଦିଓ ଏହା ଏକମାତ୍ର କାରଣ ନୁହେଁ । ଏହାସହିତ ମଦ୍ୟପାନ, ଡ୍ରଗ୍ସ ଏବଂ ଆତ୍ମହତ୍ୟା ସହିତ ସଂଶ୍ଳିଷ୍ଟ ହିଂସାତ୍ମକ ଭିଡ଼ିଓ ସବୁ ବି ଟିକଟକ ପ୍ଲାଟଫର୍ମରୁ ଡିଲିଟ କରିଦିଆଯାଇଛି ।  

ସରକାର ଏବଂ ଆଇନ ଏଜେନ୍ସି ଦ୍ୱାରା ପ୍ରାୟ ୫୦୦ ଅନୁରୋଧ ଟିକଟକର ପ୍ୟାରେଣ୍ଟ୍ କମ୍ପାନୀ “ବାଇଟ୍ ଡାନ୍ସ”କୁ ପଠାଯାଇଥିବା ବେଳେ ଭିଡ଼ିଓଗୁଡ଼ିକ ଡିଲିଟ କରିବାକୁ ଦାବି କରାଯାଇଥିଲା । ଏତଦବ୍ୟତୀତ ଭାରତୀୟ ଭିଡ଼ିଓ ହଟାଇବା ପାଇଁ ଟିକଟକ ୩୦୨ ଥର ଅନୁରୋଧ କରିଥିଲା ବୋଲି ସୂଚନା ମିଳିଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ୯୦ ପ୍ରତିଶତ ମାମଲାରେ ଭାରତ ସରକାରଙ୍କ ସହିତ ଏନେଇ ତଥ୍ୟ ଶେୟାର କରାଯାଇଥିଲା ବୋଲି ଟିକଟକ ତରଫରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *