ଗ୍ରହଣ ପ୍ରକ୍ରିୟା ବୈଜ୍ଞାନିକ କାରଣ ହେଲେ ମଧ୍ୟ ଗ୍ରହଣ ଓ ପରାଗ ମଧ୍ୟରେ ଜ୍ୟୋତିଷ ଶାସ୍ତ୍ର ମଧ୍ୟ ଜଡ଼ିତ ହୋଇ ରହିଥାଏ। ଗ୍ରହଣ ଓ ପରାଗରେ ଜ୍ୟୋତିଷ ପ୍ରଭାବ ମଧ୍ୟ ରହିଥାଏ। ବର୍ଷ ୨୦୨୩ ରେ ୪ ଟି ଗ୍ରହଣ ଲାଗିବ। ଆଉ ସେଥିମଧ୍ୟରୁ ସୂର୍ଯ୍ୟ ପରାଗ ସବୁଠାରୁ ଅଧିକ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା ୨୦୨୩ ବର୍ଷରେ ହେବାକୁ ଥିବା ପରାଗ ଓ ଗ୍ରହଣ କେଉଁ କେଉଁ ରାଶି ଉପରେ ବିଶେଷ କ୍ଷତି ପହଞ୍ଚାଇବ।
ସୂର୍ଯ୍ୟ ପରାଗ (Surya Grahan/ Surya Paraga 2023)
ବର୍ଷ ୨୦୨୩ ର ପ୍ରଥମ ସୂର୍ଯ୍ୟ ଗ୍ରହଣ ୨୦ ଏପ୍ରିଲ ୨୦୨୩ ଗୁରୁବାର ଦିନ ପଡ଼ିଥିଲା। କିନ୍ତୁ ଏହା ଭାରତରେ ଦୃଶ୍ୟମାନ ହେଉ ନ ଥିବାରୁ ଏଠାରେ ଏହାକୁ ବୈଧ କରାଯିବ ନାହିଁ।
ବର୍ଷର ଦ୍ୱିତୀୟ ସୂର୍ଯ୍ୟ ଗ୍ରହଣ ଅକ୍ଟୋବର ୧୪, ଶନିବାର ଦିନ ଅଶ୍ୱିନ କୃଷ୍ଣ ପକ୍ଷ ଅମାବାସ୍ୟାରେ ହେବ। ଏହାର ବିଶେଷତ୍ୱ ହେଉଛି ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ମୂଳତ ଏହି ସୂର୍ଯ୍ୟପରାଗ ଉତ୍ତର ଆମେରିକା, ମଧ୍ୟ ଆମେରିକା, ଦକ୍ଷିଣ ଆମେରିକା ଏବଂ ଉତ୍ତର ଆଫ୍ରିକା, ଆଟଲାଣ୍ଟିକ୍ ଏବଂ ପ୍ରଶାନ୍ତ ମହାସାଗରରେ ଦେଖାଯିବ। ଭାରତୀୟ ସମୟ ଅନୁଯାୟୀ, ଅକ୍ଟୋବର ୧୪ ରେ ସୂର୍ଯ୍ୟ ଗ୍ରହଣ ଶନିବାର ରାତି ୮:୩୪ ରେ ଆରମ୍ଭ ହୋଇ ମଧ୍ୟ ରାତ୍ରି ୨:୨୫ ରେ ଶେଷ ହେବ।
ଏହି ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ତେଣୁ ଏହାର ସୂତକ କାଳ ଭାରତରେ ମାନ୍ୟ ହେବ ନାହିଁ। ଏହାର ଅର୍ଥ ଏହି ପରାଗ ସମୟରେ ଭାରତରେ ରହୁଥିବା ସମସ୍ତ ଲୋକଙ୍କ ପାଇଁ ସାଧାରଣ ରୁଟିନ୍ ରହିବ। ଶାସ୍ତ୍ର ଅନୁଯାୟୀ, ଯେଉଁଠାରେ ଗ୍ରହଣ ଘଟେ ଏବଂ ଯେଉଁଠାରେ ଏହା ଦୃଶ୍ୟମାନ ହୁଏ, ଏହାର ପ୍ରଭାବ ଅନୁଭବ ହୁଏ।
ମେଷ, କର୍କଟ, ବିଛା, ମକର, ତୁଳା, କୁମ୍ଭ, ଧନୁ, କନ୍ୟା ଏହି ରାଶି ମାନଙ୍କ ପାଇଁ ଆଜିର ସ୍ଵର୍ଯ୍ୟ ପରାଗ ଶୁଭଦାୟକ ଅଟେ।