ସ୍ମାର୍ଟଫୋନ୍ ର ଅତ୍ୟଧିକ ବ୍ୟବହାର ପୁରୁଷଙ୍କ ମଧ୍ୟରେ ବିକଶିତ କରାଉଛି ଯୌନ ଲକ୍ଷଣ, ଆସନ୍ତୁ ଜାଣିବା ପୁରା ଖବର

ପୁରୁଷ ମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଯୌନ ଲକ୍ଷଣ। ଏକ ଗବେଷଣାରୁ ଜଣା ପଡିଛି ଯେ ଏପରି ହେବାର ମୁଖ୍ୟ କାରଣ ହେଉଛି ସ୍ମାର୍ଟ ଫୋନର ବ୍ୟବହାର। ତେବେ ଏପରି ହୋଇଥାଇ ପାରେ ଆପଣ ମଧ୍ୟ ଏହାର ଶିକାର ହୋଇ ସାରିଛନ୍ତି ବା ହେବାକୁ ଯାଉଛନ୍ତି। ତେବେ ଯଦି ପାରୁଛନ୍ତି ପୁର୍ବରୁ ନିଜ ଅଭ୍ୟାସକୁ ବଦଳାଇ ନିଅନ୍ତୁ। ନଚେତ୍ ପରେ ଆପଣଙ୍କ ସ୍ବାସ୍ଥ୍ୟ, ଭବିଷ୍ୟତ ଓ ଅଭ୍ୟାସରେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି।

ଏହା ପଢିଲା ପରେ ଆପଣ ମାନେ ହୁଏ ତ ଏହା ଭାବୁଥିବେ ଆମେ ଏକ ଅବାସ୍ତବ କଥା କହୁଛୁ। ଏ ଇଣ୍ଟରନେଟର ଜମାନାରେ ସ୍ମାର୍ଟ ଫୋନକୁ ଛାଡ଼ି ବ୍ୟକ୍ତିଗତ ତଥା ଦେଶର ବିକାଶ କିପରି ସମ୍ଭବ। ହେଲେ ଆମେ ଏଠାରେ ଆପଣଙ୍କୁ କୌଣସି ଜିନିଷକୁ ଛାଡ଼ିବା ପାଇଁ କହୁ ନାହୁଁ। ଆମେ କହୁଛୁ ଆବଶ୍ୟକ ଅନୁଯାୟୀ ବ୍ୟବହାର କରିବାକୁ।

ଏପରି ଏକ ଅଧ୍ୟୟନ ତୁର୍କୀର ଅଙ୍ଗାଲ ବିଲ୍କେଣ୍ଡ ସିଟି ହସ୍ପିଟାଲ ଏବଂ ଗାଜି ବିଶ୍ଵ ବିଦ୍ୟାଳୟରେ କରା ଯାଇଥିଲା। ଯେଉଁଠାରେ ଗବେଷକ ମାନେ ଏକୋଇଶି ଦିନର ୧୮ଟି ପୁରୁଷ ମୁଶକୁ ନେଇ ୬ଟି ଗୋଷ୍ଠୀରେ ବିଭକ୍ତ କରିଥିଲେ।

କିଛି ମୁଶାଙ୍କୁ ସେମାନେ ସାଧାରଣ ଆଲୋକରେ ରଖିଥିବା ବେଳେ ଆଉ କିଛି ମୁଶାଙ୍କୁ ସେ ନୀଳ ଆଲୋକରେ ରଖିଥିଲେ। କିଛି ଦିନ ପରେ ଅନୁସନ୍ଧାନକରୀ ମାନେ ଜାଣିବାକୁ ପାଇଲେ ଯେ ନୀଳ ଆଲୋକରେ ରହୁଥିବା ପୁରୁଷ ମୁଷ୍ୟାଙ୍କ ଯୌନ ଅବସ୍ଥା ବହୁ ଜଲଦି ଏବଂ ଦ୍ରୁତ ଗତିରେ ବଢୁଛି।

ଏହି ନୀଳ ଆଲୋକ ସ୍ମାର୍ଟ ଫୋନ ଆଦି ବ୍ୟବହାରରୁ ମଧ୍ୟ ଆସିଥାଏ। ଅନୁସନ୍ଧାନ କାରି ମାନେ କହିଛନ୍ତି ଏଥି ପାଇଁ ଆଉ ଅଧିକ ଗବେଷଣା ର ଆବଶ୍ୟକତା ରହିଛି।