ନଡ଼ିଆ କୁ ବ୍ୟବହାର କରି କିଛି ନୂଆ ଖାଦ୍ୟ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି। ହେଲେ ନଡ଼ିଆ କୁ ଭାଙ୍ଗିବା ଏବଂ ତାର ଖୋଳ ବାହାର କରିବାରେ ଅସୁବିଧା ହେଉଛି କି? ତେବେ ଆଜି ଆପଣଙ୍କୁ କେତୋଟି ସହଜ ଉପାୟ କହିବାକୁ ଯାଉଛୁ, ଯାହା ଦ୍ଵାରା ଆପଣ ଅତି ସହଜରେ ନଡ଼ିଆ ର ଖୋଳ କୁ ବାହାର କରିପାରିବେ।
ପ୍ରଥମ ଉପାୟ :
ନଡିଆ ର ଖୋଳ କୁ ବାହାର କରିବାର ଏକ ପାରମ୍ପରିକ ଉପାୟ ଅଛି। ନଡ଼ିଆ କୁ ଭାଙ୍ଗି ଦୁଇ ଫଳକୁ ଫୁଟନ୍ତା ପାଣିରେ ପକାଇ ଦିଅନ୍ତୁ। 5 ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। ତାପରେ ପାଣିରୁ ବାହାର କରି ଚାକୁ ସାହଯ୍ୟ ରେ ଖୋଳ କୁ ସହଜରେ ବାହାର କରିପାରିବେ।
ଦ୍ବିତୀୟ ଉପାୟ :
ନଡ଼ିଆ କୁ ଭାଗ କରିବା ପରେ ଦୁଇ ଫାଳ କୁ ଏକ ପ୍ଲାଷ୍ଟିକ ବ୍ୟାଗରେ ପୁରାଇ 5-6 ଘଣ୍ଟା କିମ୍ବା ପୁରା ରାତି ଫ୍ରିଜ ଭିତରେ ରଖି ଦିଅନ୍ତୁ। ତାପରେ ବାହାରକୁ ବାହାର କରି କିଛି ସମୟ ବାହାରେ ରଖନ୍ତୁ। ଏବେ ଏହାର ଖୋଳ ଅତି ସହଜରେ ବାହାର କରିହେବ।
ତୃତୀୟ ଉପାୟ :
ନଡ଼ିଆ କୁ ଭାଙ୍ଗିବା ପୂର୍ବରୁ କିଛି ସମୟ ପାଇଁ ପାଣିରେ ବୁଡାଇ ରଖନ୍ତୁ। ଅତି ସହଜରେ ଖୋଳ ବାହାର କରିହେବ।