ଚର୍ମ ର ରଙ୍ଗ ମେଲାନିନ ନାମକ ଏକ ପିଗମେଣ୍ଟ ଦ୍ୱାରା ନିର୍ଣ୍ଣୟ ହୋଇଥାଏ । ମେଲାନିନ ସମସ୍ତ ପ୍ରକାରର ତ୍ୱଚା ରେ ଉପସ୍ଥିତ, ତାହା ଗୋରା ତ୍ୱଚା ହଉ କି କଳା । ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଏହା ବିଭିନ୍ନ ରୂପ ଏବଂ ଅନୁପାତରେ ଉପସ୍ଥିତ। ମେଲାନିନ କେବଳ ଚର୍ମକୁ ରଙ୍ଗ ଯୋଗାଏ ନାହିଁ, ବରଂ ଏହା ସୂର୍ଯ୍ୟର କ୍ଷତିକାରକ କିରଣରୁ ଚର୍ମକୁ ମଧ୍ୟ ରକ୍ଷା କରିଥାଏ । ଚର୍ମ ବ୍ୟତୀତ ଏହା କେଶ, ଆଖି, କାନ, ମସ୍ତିଷ୍କ ଏବଂ ଆଡ୍ରେନାଲ୍ ଗ୍ରନ୍ଥିରେ ମିଳିଥାଏ ।
ସୂର୍ଯ୍ୟଙ୍କ କ୍ଷତିକାରକ କିରଣର ଅତ୍ୟଧିକ ସଂସ୍ପର୍ଶରେ ଆସିବା ଦ୍ୱାରା ଆପଣଙ୍କ ତ୍ୱଚା ଅକାଳ ବୃଦ୍ଧାବସ୍ଥାର ଲକ୍ଷଣ ଦେଖାଇପାରେ । ଏହା ସହିତ ଆପଣଙ୍କ ଅନେକ ପ୍ରକାରର ଚର୍ମ ସମ୍ବନ୍ଧୀୟ କର୍କଟ ରୋଗ ହେବାର ସମ୍ଭାବନା ରହିଥାଏ। ଯେକୌଣସି ପ୍ରକାରର ଚର୍ମ କର୍କଟ, “ବେସାଲ୍ ସେଲ୍ କାରସିନୋମା” (basal cell carcinoma) ଠାରୁ “ମେଲାନୋମା” (melanoma) ପର୍ଯ୍ୟନ୍ତ ହୋଇପାରେ ।
ସୂର୍ଯ୍ୟଙ୍କର UV ବା ଅଲ୍ଟ୍ରାଭାଓଲେଟ୍ ବିକିରଣର ପାର୍ଶ୍ୱ ପ୍ରତିକ୍ରିୟା ଆପଣଙ୍କ ଚର୍ମରେ ଥିବା ମେଲାନିନର ପରିମାଣ ଉପରେ ନିର୍ଭର କରେ । ତୁମ ଚର୍ମରେ ଯେତେ ଅଧିକ ମେଲାନିନ, ଅଲ୍ଟ୍ରାଭାଓଲେଟ୍ ବିକିରଣର ପାର୍ଶ୍ୱ ପ୍ରତିକ୍ରିୟା ସେତେ କମ୍ ।
ଏହା ସହିତ, ଯେଉଁମାନଙ୍କର ଚର୍ମରେ ଅଧିକ ମେଲାନିନ ଥାଏ, ସେମାନେ ଗୋରା ଲୋକଙ୍କ ଅପେକ୍ଷା ଅଧିକ ଯୁବକ ଦେଖାଯାନ୍ତି । ଏଥିସହ, ମେଲାନିନ ଚର୍ମରେ ଥିବା “Free Radicals (ଶରୀର ରେ ଥିବା କ୍ଷତିକାରକ ପଦାର୍ଥ) ଦ୍ୱାରା ତ୍ୱଚା କୁ ହେଉଥିବା କ୍ଷତି କୁ କମ୍ କରେ ।
ତିନି ପ୍ରକାରର ମେଲାନିନ ଅଛି :
ଇଉମେଲାନିନ (Eumelanin) :
ଏହା କେଶ, ଚର୍ମ ଏବଂ ସ୍ତନ ଚାରିପାଖରେ ଥିବା କଳା ଅଂଶରେ ଦେଖାଯାଏ । କେଶ, ଚର୍ମ ଏବଂ ଆଖିର କଳା ଏବଂ ବାଦାମୀ ରଙ୍ଗ ଏହି ପ୍ରକାରର ମେଲାନିନ ଉପରେ ନିର୍ଭର କରେ । ଇଉମେଲାନିନ ର ମାତ୍ରା କମ୍ ରହିବା ଦ୍ଵାରା କେଶ ସୁବର୍ଣ୍ଣ କିମ୍ବା ବାଦାମୀ ଦେଖାଯାଏ ।
ଫୋମେଲାନିନ (Pheomelanin) :
ଏହା ମଧ୍ୟ କେଶ ଏବଂ ଚର୍ମରେ ଦେଖାଯାଏ । ଏହି ମେଲାନିନ ଚର୍ମ ଏବଂ କେଶକୁ ଗୋଲାପୀ ଏବଂ ନାଲି ରଙ୍ଗ ଦେଇଥାଏ, ଏହା ମୁଖ୍ୟତ ଲାଲ କେଶ ବିଶିଷ୍ଟ ବ୍ୟକ୍ତିଙ୍କଠାରେ ଦେଖାଯାଏ । ଫୋମେଲାନିନ ଆପଣଙ୍କୁ ସୂର୍ଯ୍ୟଙ୍କ କ୍ଷତିକାରକ UV କିରଣ ଦ୍ଵାରା ହେଉଥିବା କର୍କଟ ରୋଗରୁ ରକ୍ଷା କରିପାରେ ନାହିଁ ।
ନ୍ୟୁରୋମେଲାନିନ (Neuromelanin) :
ମସ୍ତିଷ୍କର ବିଭିନ୍ନ କ୍ଷେତ୍ରରେ ମିଳୁଥିବା ମେଲାନିନର ଏକ ରୂପ ଏବଂ ଏହି ମେଲାନିନର ଅଭାବ ଅନେକ ସ୍ନାୟୁଗତ ରୋଗର କାରଣ ହୋଇପାରେ ।