ରକ୍ତ ସଫା କରିବା ପାଇଁ କିଡନୀ ଏବଂ ଯକୃତ ମୁଖ୍ୟତ ଦାୟୀ । କେତେକ ଘରୋଇ ଉପଚାର ସାହାଯ୍ୟରେ ରକ୍ତକୁ ଶୁଦ୍ଧ କରାଯାଇପାରିବ । ଜୈବିକ ପ୍ରକ୍ରିୟା କିମ୍ବା କୌଣସି ରୋଗ ହେତୁ ରକ୍ତରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ଘରୋଇ ଉପଚାର ସହାୟକ ହୁଏ ।
ଘରୋଇ ଉପଚାର :
ଲେମ୍ବୁ ରସ ରକ୍ତ ଏବଂ ହଜମ ପ୍ରକ୍ରିୟାକୁ ସଫା କରିଥାଏ । ଏହା ଅମ୍ଳୀୟ ଏବଂ pH ସ୍ତରରେ ପରିବର୍ତ୍ତନ ଆଣିପାରେ ।ରକ୍ତରୁ ବିଷାକ୍ତ ପଦାର୍ଥ ସଫା କରିବାରେ ଏହା ଉପଯୋଗି ।ପ୍ରତିଦିନ ସକାଳେ ଖାଲି ପେଟରେ ଏକ ଗ୍ଲାସ ଉଷୁମ ପାଣିରେ ଅଧା ଲେମ୍ବୁକୁ ଚିପୁଡି ପିଅନ୍ତୁ ।
ନିମ ର ଅନେକ ସ୍ୱାସ୍ଥ୍ୟ ଉପକାର ଅଛି । ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟି-ଇନଫେକ୍ଟିଭ୍ ଏବଂ ଆଣ୍ଟି-ଫଙ୍ଗଲ୍ ଗୁଣ ରହିଛି । ରକ୍ତକୁ ସଫା ରଖିବାରେ ନିମ ସାହାଯ୍ୟ କରେ । ଚର୍ମ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ନିମ ମଧ୍ୟ ଲାଭଦାୟକ ଅଟେ।
ଏକ ଗ୍ଲାସ ଗରମ କ୍ଷୀରରେ ଦୁଇ ଚାମଚ ହଳଦୀ ମିଶାନ୍ତୁ । ରାତିରେ ଶୋଇବା ପୂର୍ବରୁ ଏକ ମାସ ପାଇଁ କ୍ଷୀରରେ ହଳଦୀ ପିଇବା ଦ୍ୱାରା ରକ୍ତ ଶୁଦ୍ଧ ହୋଇଥାଏ । ହଳଦୀରେ କର୍କୁମିନ୍ ନାମକ ଏକ ଉପାଦାନ ଥାଏ ଯାହାର ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ । ରକ୍ତକୁ ଶୁଦ୍ଧ କରିବା ପାଇଁ ହଳଦୀ ହେଉଛି ସର୍ବୋତ୍ତମ ଉପଚାର ।
ଧନିଆ ପତ୍ରର ଗୁଣ୍ଡ ନେଇ ପାଣିରେ 10 ମିନିଟ୍ ପାଇଁ ଫୁଟାନ୍ତୁ । ଫୁଟିବା ପରେ ଅବଶିଷ୍ଟ ପାଣି ଫିଲ୍ଟର୍ କରି ନିଅନ୍ତୁ। ଏହିପରି ଭାବରେ ଧନିଆ ପାଣିକୁ ଏକ ମାସ ପର୍ଯ୍ୟନ୍ତ ପିଅନ୍ତୁ । ଆପଣ ଏହି ଜଳକୁ ସକାଳେ ଖାଲି ପେଟରେ ଅଧିକ ଲାଭ ଦାୟକ ହୋଇଥାଏ ।
ଆପଲ୍ ସାଇଡର୍ ଭିନେଗାର ଓ ବେକିଂ ସୋଡା ଦୁଇଟି ଜିନିଷ ମିଳିତ ଭାବରେ ଶରୀରର pH ସ୍ତରକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ । ପ୍ରତିଦିନ ସକାଳେ ଖାଲି ପେଟରେ ଦୁଇ ଚାମଚ ଆପଲ୍ ସାଇଡର୍ ଭିନେଗାରରେ ଅଧା ଚାମଚ ବେକିଂ ସୋଡା ମିଶାନ୍ତୁ । କିଛି ସେକେଣ୍ଡ ପରେ ଏହି ମିଶ୍ରଣ ରେ ପେଂପର ବାହାରିବା ଆରମ୍ଭ ହେବ ।ତା’ପରେ ଏହାକୁ ଏକ ଗ୍ଲାସ ପାଣିରେ ମିଶାଇ ତୁରନ୍ତ ପିଅନ୍ତୁ। ଉଚ୍ଚ ରକ୍ତଚାପର ରୋଗୀମାନେ କେବଳ ଡାକ୍ତରଙ୍କ ପରାମର୍ଶରେ ଏହା କରିବା ଉଚିତ୍ ।
ତୁମ ଖାଦ୍ୟରେ ବ୍ଲୁବେରି, ବ୍ରୋକୋଲି, ବିଟ ଏବଂ ଗୁଡ଼ ମଧ୍ୟ ଖାଇବା ଉଚିତ୍ । ବ୍ରୋକୋଲିରେ ଭିଟାମିନ୍ ସି, ଓମେଗା 3 ଫ୍ୟାଟି ଏସିଡ୍, କ୍ୟାଲସିୟମ୍, ପୋଟାସିୟମ୍ ଏବଂ ଫସଫରସ୍ ଭରପୂର ଅଟେ । ସେହିପରି ବିଟ ରେ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଗୁଡ଼ ଶରୀରର ରକ୍ତକୁ ସଫା କରିଥାଏ ।