ବଙ୍ଗୋପ ସାଗରରେ ଆସୁଛି ବାତ୍ୟା । ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ କ୍ରମଶଃ ଘନୀଭୂତ ହୋଇ ଅବପାତ ଓ ପରେ ବାତ୍ୟାର ରୂପ ନେଇପାରେ ।
ଡିସେମ୍ବର ୧ ତାରିଖରେ ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ମୁହାଁ ହୋଇପାରେ ବୋଲି ବିଭିନ୍ନ ପାଣିପାଗ ମଡେଲ୍ ଆକଳନ କରିଛନ୍ତି । ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସ ଅନୁମାନ କରିଛନ୍ତି, ଆସନ୍ତା ସପ୍ତାହ ଆରମ୍ଭରୁ ଏହି ବାତ୍ୟା ଆନ୍ଧ୍ରପ୍ରଦେଶରୁ ବାଂଲାଦେଶ ମଧ୍ୟରେ ଯେ କୌଣସି ସ୍ଥାନରେ ଉପକୂଳ ଅତିକ୍ରମ କରିପାରେ । କିନ୍ତୁ ଭାରତୀୟ ପାଣିପାଗ ବିଭାଗ, ବାତ୍ୟା ସଂପର୍କରେ ଏଯାଏଁ କୌଣସି ସୂଚନା ଦେଇନାହିଁ । କେବଳ ଲଘୁଚାପ ବଳୟ ସୃଷ୍ଟି ହୋଇଥିବା କହିଛି ।…
ବଙ୍ଗୋପସାଗର ରେ ଦାନା ବାନ୍ଧୁଛି ବାତ୍ୟା । ଦକ୍ଷିଣ ଆଣ୍ଡାମାନ ସାଗର ପାର୍ଶ୍ଵବର୍ତ୍ତୀ ମଲାକ୍କା ଷ୍ଟ୍ରେଟରେ ସୃଷ୍ଟି ହୋଇଛି ଲଘୁଚାପ ବଳୟ। କ୍ରମଶଃ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨୯ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ।

ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ତୀବ୍ରତା ଓ ଗତିପଥ ଦେଖି ଜଣାଯିବ ଏହା କେଉଁ ଉପକୂଳ ମୁହାଁଇବ। ରାଜ୍ୟ ଉପରେ ପ୍ରଭାବ ପଡ଼ିବ ନା ନାହିଁ ତାହା ଆଗକୁ ଜଣାପଡିବ। ଏହାର ପ୍ରଭାବରେ ଆସନ୍ତା ୨ ତାରିଖ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ। ୩ ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ ବୋଲି କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ । ଡିସେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ଅଧିକ ଘନୀଭୂତ ହୋଇ ତୀବ୍ର ବାତ୍ୟା ରୂପରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି । ଏହି ବାତ୍ୟା ବାଂଲାଦେଶ ମୁହାଁ ହେବାର ସମ୍ଭାବନା ରହିଛି।…