ନୂଆଦିଲ୍ଲୀ: ଦିନ କୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଏମିତି ଭାବରେ ବୃଦ୍ଧି ପାଉଛି ଯେ ପରିସ୍ଥିତି ଅସମ୍ଭାଳ ହେଲାଣି, ଗୋଟିଏ ଦିନରେ 551 ଜଣ ଜୀବନ ହରାଇଲେ । ଆକ୍ରାନ୍ତ ଙ୍କ ସଂଖ୍ୟା ମଧ୍ୟ ରେକର୍ଡ ଭାଙ୍ଗି ଗୋଟିଏ ଦିନରେ 28,637 ରେ ପହଁଚିଲା ।
ବର୍ତମାନ ଯାଏଁ ଦେଶରେ କରୋନା ଦ୍ୱାରା ମୃତ୍ୟୁ ସଂଖ୍ୟା 22,674 କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ବଢି 8 ଲକ୍ଷ 49 ହଜାର 553 ପହଂଚିଛି । ତେବେ ଦେଶରେ ସୁସ୍ଥ ହାର ମଧ୍ୟ ସୁଧୁରୁଚି, ବର୍ତମାନ ଯାଏଁ 5 ଲଖ୍ୟ 34 ହଜାର 620 ଜଣ ସୁସ୍ଥ ହେବାର ସୂଚନା ମିଳିଛି ।
ଏହି ୫ଟି ରାଜ୍ୟ ରେ କରୋନା ସଂକ୍ରମିତ ସଂଖ୍ୟା ସର୍ବାଧିକ ରହିଛି- ସେ ରାଜ୍ୟ ଗୁଡିକ ହେଲା- ମହାରାଷ୍ଟ୍ର, ତାମିଲ୍ନାଡୁ, ଦିଲ୍ଲୀ, କର୍ଣ୍ଣାଟକା ଏବଂ ଆନ୍ଧ୍ରପ୍ରଦେଶ, ଏନେଇ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।