ଧୋନିଙ୍କୁ ସମ୍ମାନ ଦେଲା BCCI; ମାହିଙ୍କ ଜର୍ସି ନମ୍ବର ‘୭’ କୁ ମିଳିଲା ରିଟାୟାର

ଟିମ୍ ଇଣ୍ଡିଆର ପୂର୍ବତନ କିମ୍ବଦନ୍ତୀ ଅଧିନାୟକ ଏମ ଏସ ଧୋନିଙ୍କ ଆଇକନିକ ୭ ନମ୍ବର ଜର୍ସି ଆଉ କୌଣସି ଭାରତୀୟ ଖେଳାଳିଙ୍କ ପାଇଁ ଉପଲବ୍ଧ ହେବ ନାହିଁ। ଆଗାମୀ ଦିନରେ ଭାରତର କୌଣସି କ୍ରିକେଟର ଆନ୍ତର୍ଜାତୀୟ ମ୍ୟାଚରେ ୭ ନମ୍ବରର ଜର୍ସି ପିନ୍ଧିପାରିବେ ନାହିଁ । ତେବେ ଯୁବ କ୍ରିକେଟର ମାନେ ଏହି ନମ୍ବର ଜର୍ସିକୁ ବ୍ୟବହାର କରିପାରିବେ । କିନ୍ତୁ ଆନ୍ତର୍ଜାତୀୟ କ୍ରିକେଟରେ ଏହି ଜର୍ସି ପିନ୍ଧିପାରିବେ ନାହିଁ କୌଣସି କ୍ରିକେଟର । ଏ ନେଇ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଧୋନିଙ୍କ ଆନ୍ତର୍ଜାତୀୟ ଅବସର ପରେ ପ୍ରାୟ ୩ ବର୍ଷ ପରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି। ବିସିସିଆଇ କହିଛି ଯେ ଧୋନି ତାଙ୍କ ଟି-ସାର୍ଟରେ ପିନ୍ଧିଥିବା ନମ୍ବରକୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି।

ମାହିଙ୍କ ଜର୍ସି ନମ୍ବର ‘୭’ କୁ ସବୁଦିନ ପାଇଁ ରିଟାୟାର ଘୋଷଣା କରାଯାଇଛି । ଇଣ୍ଡିଆନ୍ କ୍ରିକେଟ ପ୍ରତି ମାହିଙ୍କ ଅବଦାନ ବିସିସିଆଇ ଏହି ନିଷ୍ପତ୍ତି ନେବା ପାଇଁ ବାଧ୍ୟ କରିଛି ।

ଆଇସିସିର ତିନୋଟି ଯାକ ଟ୍ରଫି ହାତେଇବାରେ ବିଶ୍ୱର ଏକମାତ୍ର ଅଧିନାୟକ ପାଲଟିଛନ୍ତି ଏମ.ଏସ ଧୋନୀ । ଅଧିନାୟକ ପଦ ପାଇବାର ପ୍ରଥମ ଟୁର୍ଣ୍ଣାମେଣ୍ଟ ୨୦୦୭ ଟି-୨୦ ବିଶ୍ୱକପରେ ବିଜୟୀ ହୋଇତିଲେ କ୍ୟାପଟେନ୍ କୁଲ ମାହି ।

ଏହାପରେ ୨୦୧୧ ମସିହାରେ ୨୮ ବର୍ଷ ପରେ ଦିନିକିଆ ବିଶ୍ୱକପ ଭାରତକୁ ଫେରାଇ ଆଣିଥିଲା ଧୋନୀ । ଏହାପରେ ୨୦୧୩ ମସିହାରେ ଆଇସିସିର ଚମ୍ପିଆନ୍ସ ଟ୍ରଫି ଜିତି ସେ ବିଶ୍ୱର ଏକମାତ୍ର ଅଧିନାୟକ ଭାବରେ ଆଇସିସିର ସମସ୍ତ ଟ୍ରଫି ନିଜ ନାମରେ କରିଥିଲେ ।

ଏହାପୂର୍ବରୁ ମାଷ୍ଟ ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ଜର୍ସି ନମ୍ବର ୧୦କୁ ମଧ୍ୟ ବିସିସିଆଇ ରିଟାୟାର କରିଥିଲା । ତେଣୁ ନୂଆ ଖେଳାଳିମାନଙ୍କୁ ୭ କିମ୍ବା ୧୦ ନମ୍ବରର ଜର୍ସି ମିଳିବ ନାହିଁ ।