ଝିଅ ଆରାଧ୍ୟାଙ୍କ ସହ ରବିବାର ଦିନ ଐଶ୍ବର୍ଯ୍ୟା ରାୟ ବଚ୍ଚନ କରୋନାଭାଇରସ୍ ପରୀକ୍ଷା କରିଥିଲେ ଯେଉଁଥିରେ ରିପୋର୍ଟ ପଜିଟିଭ୍ ଆସିଥିଲା। ଅଭିନେତା ବିବେକ ଓବରୋଇ ଟ୍ୱିଟରରେ ଝିଅ ଆରାଧ୍ୟାଙ୍କ ସହ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଏକ ଫଟୋ ରିଟ୍ୱିଟ କରି ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ମଧ୍ୟ କରୋନାଭାଇରସ୍ ସଂକରଣ ରେ ପଜିଟିଭ୍ ଆସିବା ଗୋଟିଏ ଦିନ ପରେ ଝିଅ ଆରାଧ୍ୟାଙ୍କ ସହ ଏବଂ ଐଶ୍ବର୍ଯ୍ୟା ରାୟ ବଚ୍ଚନ ପରୀକ୍ଷା କରିଥିଲେ। ଯେଉଁଥିରେ ରିପୋର୍ଟ ପଜିଟିଭ୍ ଆସିଥିଲା। ବିବେକ ପୁରା ପରିବାରର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ। ବିବେକ ଏକ ଫୋଲ୍ଡ ହ୍ୟାଣ୍ଡ ଇମୋଜି ସହିତ ଲେଖିଛନ୍ତି, “ପରିବାରର ସୁସ୍ଥତା ଏବଂ ଶୀଘ୍ର ପୁନରୁଦ୍ଧାର ପାଇଁ ଆମର ପ୍ରାର୍ଥନା ବୋଲି ଟ୍ୱିଟ କରିଥିଲେ।
ଆଗରୁ ବି ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କୁ ପଜିଟିଭ୍ ପରୀକ୍ଷା କରାଯିବା ପରେ ବିବେକ ଟ୍ୱିଟ୍ କରି ଲେଖିଛନ୍ତି, “ଶ୍ରୀବଚ୍ଚନ ସାର୍ ଏବଂ @ ଜୁନିଅରବଚ୍ଚନ ଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ଆମେ ସମସ୍ତେ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛୁ! ଶୀଘ୍ର ଭଲ ହୁଅ! ଯତ୍ନ ନିଅ। ବୋଲି ଟ୍ୱିଟ ମଧ୍ୟ କରିଥିଲେ।”
ଅମିତାଭ ବଚ୍ଚନଙ୍କୁ ଅଭିଷେକ ବଚ୍ଚନଙ୍କ ସହ COVID-19 ପାଇଁ ପଜିଟିଭ୍ ପରୀକ୍ଷା କରାଯିବା ପରେ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ ଘର କ୍ୟାରାଣ୍ଟିନରେ ଅଛନ୍ତି। ଜୟା ବଚ୍ଚନ, ଶ୍ୱେତା ବଚ୍ଚନ ନନ୍ଦା, ନବୟା ନାଭେଲି ନନ୍ଦା ଏବଂ ଅଗସ୍ତ୍ୟ ନନ୍ଦ ଙ୍କ ପରୀକ୍ଷା କରିଥିଲେ କିନ୍ତୁ ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା।