ବିଶ୍ଵାସ ଓ ବିଜ୍ଞାନ ମଧ୍ୟରେ ଘମାଘୋଟ ଯୁଦ୍ଧ : ବାବା ଆର୍ତ୍ତତ୍ରାଣଙ୍କ ଦାବିକୁ ନେଇ ପ୍ରଖ୍ୟାତ ସାହିତ୍ୟିକା ପ୍ରତିଭା ରାୟ କଲେ ସଙ୍ଗୀନ୍ ଅଭିଯୋଗ, କହିଲେ …

କରୋନା ମହାମାରୀ ପାଇଁ ସାରା ବିଶ୍ଵର ଚିନ୍ତିତ ଥିବାବେଳେ ଅନେକ ଦେଶର ବିଶେଷଜ୍ଞମାନେ ଔଷଧ ଏବଂ ଟିକା ପ୍ରସ୍ତୁତ କରିବା ପାଇଁ ଦିନରାତି ଗବେଷଣାରତ । ଏ ସମୟରେ କିନ୍ତୁ ଭୁବନେଶ୍ୱରରେ ରହୁଥିବା ବାବା ଆର୍ତ୍ତତ୍ରାଣ ବଡ଼ ଦାବି ଆଣିଛନ୍ତି । ମୋତେ ଥରେ ସୁଯୋଗ ଦିଅ, ମୁଁ କେବଳ ଫୋନ କଲ ମାଧ୍ୟମରେ କରୋନା ପଜିଟିଭ ବ୍ୟକ୍ତିକୁ ଭଲ କରିଦେବି । ଅନ୍ୟପକ୍ଷରେ ପଦ୍ମଶ୍ରୀ ପୁରସ୍କାର ବିଜେତା ବରିଷ୍ଠ ତଥା ପ୍ରଖ୍ୟାତ ସାହିତ୍ୟିକା ପ୍ରତିଭା ରାୟ ଉକ୍ତ ବାବା ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ ।

ଫେସବୁକ ଓ ୟୁଟ୍ୟୁବ ଆଦି ସୋସିଆଲ ମିଡ଼ିଆରେ ସ୍ଵପ୍ରଚାରିତ ଦାବି କରିଚାଲିଛନ୍ତି ବାବା ଆର୍ତ୍ତତ୍ରାଣ । ଏମିତିକି ସେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ମଧ୍ୟ ଭିଡ଼ିଓ ମାଧ୍ୟମରେ ନିବେଦନ କରିଛନ୍ତି ଗୋଟିଏ ସୁଯୋଗ ପାଇଁ । ସବୁଠାରୁ ବଡ଼ କଥା ହେଲା ଏ ଦାବି ପଛରେ କୌଣସି ବୈଜ୍ଞାନିକ କାରଣ ନାହିଁ । ସେପଟେ ଏହାର କଡ଼ା ବିରୋଧ କରି ସାହିତ୍ୟିକା ପ୍ରତିଭା ରାୟଙ୍କ କହିବା କଥା ଯେ ବିଶ୍ଵାସ ମନକୁ ବଳ ଦିଏ ମାତ୍ର ଏଭଳି ଆତ୍ମଘୋଷିତ ବାବାମାନେ ଦୈବୀଶକ୍ତି କଥା କହି ଲୋକଙ୍କ ଗହଳି ସୃଷ୍ଟି କରୁଛନ୍ତି ତାହା ବାସ୍ତବରେ କରୋନା କଟକଣାର ଉଲଂଘନ ।

ପ୍ରତିଭା ଦେବୀଙ୍କ କହିବାନୁଯାୟୀ କରୋନାର ଗମ୍ଭୀର ପରିସ୍ଥିତିରେ ସରକାରଙ୍କ ଦ୍ଵାରା ଲାଗୁ କରାଯାଇଥିବା କଟକଣା ମାନିବା ଉଚିତ । ହେଲେ ରାଜଧାନୀର କେନ୍ଦ୍ରସ୍ଥଳୀରେ ଜଣେ ଆତ୍ମଘୋଷିତ ବାବା ଆଶ୍ରମ ଖୋଲି ଗହଳି କିପରି କରୁଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଯେତେବେଳେ ମନ୍ଦିର, ଶ୍ରୀମନ୍ଦିର ଆଦି ୩ ମାସରୁ ଅଧିକ ଦିନ ହେଲାଣି ବନ୍ଦ ଅଛି, ବାବାଙ୍କ ଆଶ୍ରମରେ ଗହଳିକୁ ରୋକା ଯାଉ ନାହିଁ କାହିଁକି ବୋଲି ସେ ଯୁକ୍ତି ବାଢିଛନ୍ତି ।

Leave a Reply

Your email address will not be published. Required fields are marked *