ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି

Actor Aishwarya Rai Bachchan

COVID-19‌ ସଂକ୍ରମିତ ହୋଇଥିବା ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟାଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ପରେ ଐଶ୍ୱର୍ଯ୍ୟା କୋଭିଡ 19 ର ସଂକ୍ରମିତ ହୋଇଥିବା ନିଶ୍ଚିତ କରାଯାଇଥିଲା। ସେ ଘରେ ଆଇସୋଲେସନରେ ରହିଥିଲେ,କିନ୍ତୁ ଏବେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ନ୍ୟୁଜ୍ ଏଜେନ୍ସି ANI ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛି,ଶୁକ୍ରବାର ରାତିରେ ଗଳାରେ ଦରଜ ହେବା ସହ ସେମାନେ ସାମାନ୍ୟ ଜ୍ୱର ସହ ମାଇଲଡ ସିମ୍ପ୍ଟମ୍ସ ଦେଖାଦେଇଥିଲା,ଫଳରେ ଶୁକ୍ରବାର ରାତିରେ ଭିଲେ ପାର୍ଲେସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହା ପୂର୍ବରୁ ଜୁଲାଇ ୧୨ ତାରିଖରେ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନା ସଂକ୍ରମିତ ହୋଇ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହେବାର କିଛି ଘଣ୍ଟା ପରେ ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା ।

Leave a Reply

Your email address will not be published. Required fields are marked *