ନିକଟ ଅତୀତରେ, କଙ୍ଗନା ରଣାୱତଙ୍କ ନେପୋଟିଜିମ ନେଇ ଚର୍ଚ୍ଚା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏକ ନୂଆ ଦିଗ ଦେଉଛି । ଗୋଟିଏ ପଟେ ସୁଶାନ୍ତଙ୍କ ପ୍ରଶଂସକ ତଥା ଦେଶବାସୀ ତାଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓ ଅନ୍ୟପକ୍ଷରେ ଆରମ୍ଭରୁ ହିଁ ବଲିଉଡ ଜଗତରେ ରହି ଆସିଥିବା ନେପୋଟିଜିମକୁ ନେଇ ଖୋଲାଖୋଲି କହି ଆସୁଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ ।
କଙ୍ଗନା ଏକ ସାକ୍ଷାତକାରରେ ଫିଲ୍ମ ମେକର କରଣ ଜୋହରଙ୍କୁ ନିଶାନା କରିଥିବାବେଳେ କଙ୍ଗନାଙ୍କୁ କିଏ ବାଧ୍ୟ କରୁଛି ଏ ଇଣ୍ଡଷ୍ଟ୍ରିରେ ରହିବାକୁ ବୋଲି ପ୍ରଶ୍ନ କରିଛନ୍ତି କରଣ ଜୋହର । ଏ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ । ଏକ ସାକ୍ଷାତକାରରେ କଙ୍ଗନା କିଛି ବଲିଉଡ଼ ସଦସ୍ୟଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଏବଂ ହେଭିୱେଟ୍ ମାନଙ୍କୁ “ଚଳଚ୍ଚିତ୍ର ମାଫିଆ” ବୋଲି କହିଥିଲେ । ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ ନିନ୍ଦା କରିବା ସହିତ ଇଣ୍ଡଷ୍ଟ୍ରିରେ ପକ୍ଷପାତିତା ତଥା ଆତ୍ମୀୟତାକୁ ପ୍ରୋତ୍ସାହିତ କରିବାରେ ତାଙ୍କର ସମ୍ପୃକ୍ତି ଥିବା ନେଇ ଅଭିଯୋଗ ମଧ୍ୟ କରିଥିଲେ ।
୨୦୧୭ ରେ ଏକ ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେବାବେଳେ ଚଳଚ୍ଚିତ୍ର ନିର୍ମାତା ଦେଇଥିବା ଏକ ମନ୍ତବ୍ୟକୁ ଅଭିନେତ୍ରୀ ଦର୍ଶାଇଛନ୍ତି । ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ୨୦୧୭ ମସିହାରେ କରଣ ଜୋହର କହିଛନ୍ତି ଯେ କଙ୍ଗନାଙ୍କୁ “ପୀଡ଼ିତା ଏବଂ ମହିଳା କାର୍ଡ଼” ଖେଳିବାର ଦେଖି ଦେଖି ଥକି ଯାଇଛନ୍ତି ।
ଦର୍ଶକଙ୍କୁ ସମ୍ବୋଧିତ କରି କରଣ କହିଛନ୍ତି ଯେ ତୁମେ ପ୍ରତ୍ୟେକ ନିର୍ଦ୍ଦିଷ୍ଟ ସମୟରେ ଏହି ଶିକାର ହୋଇପାରିବ ନାହିଁ ଯାହାର ଦୁଃଖଦ କାହାଣୀ ଅଛି, ଇଣ୍ଡଷ୍ଟ୍ରିର ଖରାପ ଦୁନିଆ ଦ୍ୱାରା ତୁମେ କିପରି ଆତଙ୍କିତ ହୋଇଛ । ଏହାଛଡ଼ା କିଏ ତୁମକୁ ବନ୍ଧୁକ ମୁନରେ ଏ ଇଣ୍ଡଷ୍ଟ୍ରିରେ ରହିବାକୁ ବାଧ୍ୟ କରୁଛି, ଛାଡ଼ି ଦିଅ, ଆଉ କିଛି କର । ଶେଷରେ ସେ କହୁଛନ୍ତି ଯେ, ଯଦି ତୁମେ ମିଛ କହି କାହା ଇଗୋକୁ ବ୍ରଶ୍ କରିବ, ତେବେ ଏମିତି ହିଁ ଘଟିବ ।