Bollywood actress Sara Ali Khan-ସୋସିଆଲ ନେଟୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମରେ ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କ ଝିଅ ତଥା ଅଭିନେତ୍ରୀ ସାରା ଅଲି ଖାନ ଆଜିକାଲି ବହୁତ ସକ୍ରିୟ ଅଛନ୍ତି। ଏହି ସମୟରେ ସାରା ନିଜ ଇନଷ୍ଟାଗ୍ରାମରେ ପିଲାଦିନର ଅନେକ ଫୋଟ ସେୟାର କରିଥିଲେ, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବୁଧବାର ଦିନ ସାରା ତାଙ୍କ ପିଲାଦିନର ଆଉ ଏକ ଫୋଟ ସେୟାର କରିଛନ୍ତି,ଯେଉଁଥିରେ ସେ ତାଙ୍କ ମା ଅମୃତା ସିଂ ଏବଂ ଭାଇ ଇବ୍ରାହିମ ଅଲି ଖାନଙ୍କ ସହ ନଜର ଆସିଛନ୍ତି।
ଫଟୋରେ, ଏହି ତିନିଜଣଙ୍କୁ ନାଲି ନୀଳ ରଙ୍ଗରେ ଦେଖିବାକୁ ମିଳିଛି।
ସାରା ଏହି ଫୋଟ ସେୟାର କରି ଲେଖିଥିଲେ, ‘ମାତା-ଝିଅ ଏବଂ ଇଗି ପୋଟର୍,ବୋଲି ଲେଖି ସେୟାର କରିଥିଲେ,ଏବଂ ଏହା ପରେ ମଧ୍ୟ ଅନେକ କିଛି ମାଁ ଙ୍କୁ ନେଇ ଲେଖିଥିଲେ।
ସର୍ବଶେଷରେ, ସେ ହେଉଛନ୍ତି ପ୍ରିୟ ମାତା ବୋଲି ମଧ୍ୟ ଲେଖି ସେୟାର କରିଥିଲେ,ଆଜିକାଲି ସାରାଙ୍କ ପିଲାଦିନର ଅନେକ ଫୋଟ ଇଣ୍ଟରନେଟରେ ଦେଖିବାକୁ ମିଳିଥିଲା।
ଆପଣ ମଧ୍ୟ ଦେଖିଥିବେ ସାରାଙ୍କ କିଛି ଏଭଳି ପିଲା ଦିନ ର ଫୋଟ ଯାହାକି ତାଙ୍କ ପିଲାଦିନର ସ୍ମତ୍ତି ରହିଛି।