AIIMS ରେ ଆରମ୍ଭ ହେଲା କରୋନା ଟିକା “କୋଭାକ୍ସିନ”ର ପ୍ରଥମ ହ୍ୟୁମାନ ଟ୍ରାଇଲ : ବ୍ୟକ୍ତିଙ୍କୁ ଭ୍ୟାକସିନର ପ୍ରଥମ ଡୋଜ୍ ଦେବା ପରେ …

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଯାଇଛି କରୋନା ଟିକା “କୋଭାକ୍ସିନ”ର ହ୍ୟୁମାନ୍ ଟ୍ରାଇଲ । ଏହି କରୋନା ଟିକାର ପ୍ରଥମ ଡୋଜ୍ ଜଣେ ୩୦ ବର୍ଷୀୟ ସୁସ୍ଥ ଯୁବକଙ୍କୁ ଦିଆଯାଇଛି ଏବଂ ପ୍ରାରମ୍ଭିକ ଯାଞ୍ଚରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ବୋଲି ଜଣା ପଡ଼ିବା ପରେ ହିଁ ତାଙ୍କୁ ହ୍ୟୁମାନ ଟ୍ରାଇଲ ପାଇଁ ଚୟନ କରାଯାଇଥିଲା ।

ସୂଚନା ଅନୁଯାୟୀ ଏହି ହ୍ୟୁମାନ ଟ୍ରାଇଲର ପ୍ରଥମ ଫେଜରେ ୩୭୫ ଜଣ ଭଲେଣ୍ଟିୟର ଭାଗ ନେଇଥିବାବେଳେ ଦିଲ୍ଲୀର AIIMS ରେ ୧୦୦ ଜଣ ଭଲେଣ୍ଟିୟରଙ୍କ ଉପରେ ଏହି କୋଭାକ୍ସିନ ଟିକାର ପରୀକ୍ଷଣ ହେବ । ପ୍ରଥମେ ୧୦୦ ଜଣରୁ ୫୦ ଜଣଙ୍କୁ ଟିକା ଦିଆଯିବ ଓ ଟିକା ଦିଆଯାଉଥିବା ବ୍ୟକ୍ତିଙ୍କୁ ୨ ଘଣ୍ଟା ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣରେ ରଖାଯିବ । ଦୁଇ ଘଣ୍ଟା ପରେ ଯାଇ ତାଙ୍କୁ ଘରକୁ ଯିବାକୁ ଅନୁମତି ମିଳିବ । ୭ ଦିନ ଯାଏଁ ଘରେ ମଧ୍ୟ ତାଙ୍କ ଉପରେ ନଜର ରଖାଯିବ ।

ସୂଚନା ଥାଉ କି ICMR ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ସହଯୋଗରେ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ଦ୍ଵାରା ବିକଶିତ ହୋଇଥିବା କୋଭାକ୍ସିନ ନିକଟରେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆର ମାନବ କ୍ଲିନିକାଲ୍ ପରୀକ୍ଷା ପାଇଁ ଅନୁମତି ପାଇଛି ।

ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ୍ ରିସର୍ଚ୍ଚ ପାଇଁ ହେବାକୁ ଥିବା ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ କୌଣସି ବିଧିବଦ୍ଧ ଯୋଜନା କରାଯାଇନାହିଁ । ସେଥିରୁ କୋଭାକ୍ସିନର କ୍ଲିନିକାଲ୍ ଟ୍ରାଇଲ ପାଇଁ ମନୋନୀତ ହୋଇଥିବା ୧୨ ଟି ସ୍ଥାନ ମଧ୍ୟରେ ଦିଲ୍ଲୀ AIIMS ଅନ୍ତର୍ଭୁକ୍ତ । ପ୍ରଥମ ପର୍ଯ୍ୟାୟରେ ଚୟନ କରାଯାଇଥିବା ୩୭୫ ଭଲେଣ୍ଟିୟରଙ୍କ ଭିତରୁ କେବଳ ୧୦୦ ଜଣ ଦିଲ୍ଲୀ AIIMS ର । ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ ୧୨ ସ୍ଥାନରୁ ପ୍ରାୟ ୭୫୦ ଭଲେଣ୍ଟିୟର ଅନ୍ତର୍ଭୁକ୍ତ ।

Leave a Reply

Your email address will not be published. Required fields are marked *