ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାକୁ ନେଇ ଏବେ ବି ସସ୍ପେନ୍ସ ଜାରି ରହିଥିବା ବେଳେ ନିକଟରେ ବିଜେପିର ବରିଷ୍ଠ ନେତା ତଥା ବରିଷ୍ଠ ଆଇନଜୀବୀ ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନ ମନ୍ତ୍ରୀ ଙ୍କ ନିକଟକୁ ଏକ ପତ୍ର ଲେଖି ଏହି ଘଟଣା ର ସିବିଆଇ ତଦନ୍ତ କରିବା ପାଇଁ ଅନୁରୋଧ କରିଛନ୍ତି ।
ଅନୁରୋଧ ପରେ ବର୍ତ୍ତମାନ ଏହି ମାମଲାରେ ଜାଣିବାକୁ ମିଳିଛି ଯେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ସିବିଆଇ ତଦନ୍ତ ଦାବି ଗ୍ରହଣ କରିଛନ୍ତି। ସୁବ୍ରମଣ୍ୟମ ସ୍ୱାମୀ ଏକ ଟୁଇଟ୍କୁ ରିଟ୍ୱିଟ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଚିଠିର ଏକ କପି ବାଣ୍ଟିଛନ୍ତି ଯେଉଁଥିରେ ଲେଖା ଅଛି ଯେ ମୁଁ ଜୁଲାଇ 15, 2020 ରେ ଆପଣଙ୍କ ଚିଠି ପାଇଲି।
ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ପରାମର୍ଶଦାତା ଇଶକରନ ସିଂ ଭଣ୍ଡାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହି ଟ୍ୱିଟକୁ ରିଟ୍ୱିଟ କରି କଙ୍ଗନା ରାନାୱତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
ଆପଣ ଜାଣିଥିବେ ଯେ 14 ଜୁନ୍ ଦିନ ମୁମ୍ବାଇର ବାନ୍ଦ୍ରା ନିବାସରେ ନିଜକୁ ଫାଶୀ ଲଗାଇ ସୁଶାନ୍ତ ଆତ୍ମହତ୍ୟା କରିଥିଲେ। ଏବଂ ମୁମ୍ବାଇ ପୋଲିସ ଏପର୍ଯ୍ୟନ୍ତ ଘଟଣାର ତଦନ୍ତ କରୁଛି ଏବଂ ଲୋକଙ୍କୁ ପଚରାଉଚରା କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୁମ୍ବାଇ ପୋଲିସ ପ୍ରାୟ 35 ଜଣଙ୍କୁ ପଚରାଉଚରା କରିଛି। ଯେଉଁଥିରେ ଚଳଚ୍ଚିତ୍ର ଅନେକ ବଡ ବଡ ବ୍ୟକ୍ତି ମଧ୍ୟ ଅନ୍ତର୍ଭୁକ୍ତ।