ଆତ୍ମହତ୍ୟା ନୁହେଁ ବରଂ ମର୍ଡର ! ଦେଖନ୍ତୁ ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଏହି 26 ପଏଣ୍ଟ ବିଶିଷ୍ଟ ଟ୍ୱିଟ…

Sushant Singh Rajput was 'murdered', alleges Subramanian Swamy

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାକୁ ନେଇ ଏବେ ବି ସସ୍‌ପେନ୍ସ ଜାରି ରହିଥିବା ବେଳେ ଏହା ଅଧିକ ଜଟିଳ ହେବାରେ ଲାଗିଛି। ନିକଟରେ ବିଜେପିର ବରିଷ୍ଠ ନେତା ତଥା ବରିଷ୍ଠ ଆଇନ‌ଜୀବୀ ସୁବ୍ରମଣ୍ୟମ ସ୍ୱାମୀ (Subramanian Swamy) ଟୁଇଟ୍ କରି କହିଛନ୍ତି ଯେ ସୁଶାନ୍ତ ଆତ୍ମହତ୍ୟା କରିନାହାଁନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି କରାଯାଇଛି ବୋଲି ସେ ଭାବୁଛନ୍ତି।

ସେ ଗୁରୁବାର ଏକ ଟୁଇଟ୍ କରିଛନ୍ତି ଯାହା ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ବିଜେପି ସାଂସଦ ତାଙ୍କ ଟୁଇଟରେ କହିଛନ୍ତି ଯେ ସେ କାହିଁକି ଭାବୁଛନ୍ତି ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଛି ବୋଲି କାରଣ ଟ୍ୱିଟ୍‌ରେ ସେ ଏକ ଡକ୍ୟୁମେଣ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ହତ୍ୟାକୁ ସୂଚାଇଥିବା ଏଭଳି କିଛି ପଏଣ୍ଟକୁ ହାଇଲାଇଟ୍ କରିଛନ୍ତି। ସୁଶାନ୍ତଙ୍କ ଗଳାରେ ଥିବା ଦାଗର ଅବସ୍ଥିତି ଓ ଗଳାରେ ଥିବା ଚିହ୍ନ ଆତ୍ମହତ୍ୟାକୁ ସୂଚିତ କରେ ନାହିଁ ବୋଲି ସେ ଜୋର ଦେଇଛନ୍ତି ।

ଡକ୍ୟୁମେଣ୍ଟରେ ସୁଶାନ୍ତଙ୍କ ସହ ମୋଟ 26 ପଏଣ୍ଟ ବିଷୟରେ ସେ ଉଲେଖ କରିଛନ୍ତି, ସେଥିମଧ୍ୟରୁ କେବଳ ଦୁଇଟି ପଏଣ୍ଟ ଆତ୍ମହତ୍ୟା ସିଦ୍ଧାନ୍ତକୁ ସମର୍ଥନ କରେ, ଏହା ବ୍ୟତୀତ ସମସ୍ତ 24 ପଏଣ୍ଟ ହତ୍ୟା ସିଦ୍ଧାନ୍ତ ଆଡକୁ ସୂଚାଇଥାଏ,

ଏହାପୂର୍ବରୁ ବୁଧବାର ଦିନ ସୁବ୍ରମଣ୍ୟମ ଟ୍ୱିଟ କରି କହିଛନ୍ତି ଯେ ମୁଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଫୋନରେ କଥାବାର୍ତ୍ତା କରିଛି। ଏଫ୍ଆଇଆର୍ ଏବଂ ବିସ୍ତୃତ ଅନୁସନ୍ଧାନ ପାଇଁ ମୁଁ ପାଟନା ପୋଲିସ ଏବଂ ସେମାନଙ୍କର ଖୋଲା ଯାଞ୍ଚକୁ ପ୍ରଶଂସା କରିଛି। ବର୍ତ୍ତମାନ ଦୁଇଟି ତଦନ୍ତ (ମହାରାଷ୍ଟ୍ର ଏବଂ ପାଟନା ପୋଲିସ) ଦ୍ୱାରା ଚାଲିଥିବାରୁ ମୁଁ ସିବିଆଇ ତଦନ୍ତ ପାଇଁ ପଦକ୍ଷେପ ନେବି। ନୀତୀଶ କୁମାର କହିଛନ୍ତି ଯେ ଏଥିରେ ତାଙ୍କର କୌଣସି ଆପତ୍ତି ନାହିଁ କିନ୍ତୁ ସେ ଚାହୁଁଛନ୍ତି ଯେ ସୁଶାନ୍ତ ଙ୍କୁ ନ୍ୟାୟ ମିଳୁ ଓ ଦୋଷୀ କୁ ଦଣ୍ଡ ମିଳୁ।

Leave a Reply

Your email address will not be published. Required fields are marked *