ବସରେ ୧୧ କେଭି ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ଜୀବନ ଗଲା ପରେ ପୋଲିସ ଡ୍ରାଇଭର କୁ ଗିରଫ କଲା

ବ୍ରହ୍ମପୁର: ରବିବାର ଅପରାହ୍ଣରେ ନିର୍ବନ୍ଧ ପାଇଁ ବନ୍ଧୁବାନ୍ଧବଙ୍କୁ ନେଇ ସୀଲକ ସିଟି ବସରେ କନ୍ୟାଘରକୁ ଯାଉଥିଲେ ବରପକ୍ଷର ପରିବାର, କିଛି ସମୟ ପରେ ୧୧ କେଭି ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ଜୀବନ ଗଲା ଏବଂ ୨୦ ରୁ ଊର୍ଦ୍ଧ୍ବ ଆହତ ହୋଇଥିବାବେଳେ ୧୮ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ରେ ବସ ଡ୍ରାଇଭର କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଏମିତି ଏକ ଭୟଙ୍କର ଦୁର୍ଘଟଣା ପରେ ସାଉଥ୍‌କୋ ଯନ୍ତ୍ରୀ ଦେବାଶିଷ ନାୟକ, ଉପଖଣ୍ଡସ୍ତରୀୟ ଅଧିକାରୀ ବିଶ୍ବରଂଜନ ମହାପାତ୍ରଙ୍କ ସହ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଉପଖଣ୍ଡସ୍ତରୀୟ ଅଧିକାରୀଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଥିଲେ | ଏହି ଘଟଣା ବର୍ତମାନ ସାରା ରାଜ୍ୟ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *