ଏହି କାରଣରୁ 3.8 କୋଟି ଛାତ୍ରବୃତ୍ତି ପାଇ ଆମେରିକାରେ ପଢ଼ୁଥିବା ମେଧାବୀ ଛାତ୍ର ସୁଦୀକ୍ଷା ଭାଟୀ ଙ୍କ ହେଲା ମୃତ୍ୟୁ

Bulandshahar meritorious student sudeeksha bhati

ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଛତ୍ରୀର ମୃତ୍ୟୁ ଘଟିଛି। ଯୋଗୀ ଆଦିତ୍ୟନାଥ ଙ୍କ ଝିଅ ଏବଂ ମହିଳାଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟାପକ ବ୍ୟବସ୍ଥା ପରେ ମଧ୍ୟ ଏପରି ଦୁଃଖଦ ଘଟଣା ଘଟିଛି, ଗୌତମବୁଦ୍ଧ ନଗରର ଦାଦରିରେ ତହସିଲର ବାସିନ୍ଦା ସୁଦୀକ୍ଷା ଭାଟୀ ଜଣେ ଦକ୍ଷ ଛାତ୍ର ଥିଲେ। ସୁଦୀକ୍ଷା ଆମେରିକାରେ କରୋନା ସଂକ୍ରମଣ ହେତୁ ଘରକୁ ଫେରି ଆସିଥିଲେ।

ସୁଦୀକ୍ଷା ପରିବାର ଅଭିଯୋଗ କରିଛନ୍ତି ଯେ ସେ ନିଜ ଦାଦାଙ୍କ ସହ ସ୍କୁଟିର ଅରଙ୍ଗାବାଦ ଅଭିମୁଖେ ଯାଉଥିଲେ। ଏହି ଅବଧିରେ, ବୁଲେଟ୍ ଚାଳିତ ୨ ଜଣ ଅସାମାଜିକ ଯୁବକ ପିଛା କରିଥିଲେ। ଓ ବାରମ୍ବାର ଓଭରଟେକ କରୁଥିଲେ ଏବଂ କମେଣ୍ଟ ମଧ୍ୟ କରୁଥିଲେ, କେବଳ ଏତିକି ନୁହେଁ, ସେ ଗାଡି ଚଳାଇବା ସମୟରେ ଷ୍ଟଣ୍ଟ ମଧ୍ୟ କରୁଥିଲେ।

ହଠାତ୍ ସେହି ଦୃବୁତ ଓଭରଟେକ କରି ସାମ୍ନାରେ ବ୍ରେକ୍ ଦେଇଥିଲେ ଫଳରେ ଦୁଇ ଗାଡିର ଟକ୍କର ରୁ ବଂଚିବା ପାଇଁ ସୁଦୀକ୍ଷା ନିଜ ଗାଡିର ବ୍ରେକ୍ ମଧ୍ୟ ଦେଇଥିଲେ ଏବଂ ଗାଡ଼ିରୁ ଦୁହେଁ ଖସି ପଡିଯାଇଥିଲେ, ଏହି କାରଣରୁ ତାଙ୍କ ମୁଣ୍ଡରେ ବହୁତ ଆଘାତ ଲାଗିଥିଲା ​​ଏବଂ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। 20 ଅଗଷ୍ଟରେ ସେ ଆମେରିକାକୁ ଫେରିବାର କାର୍ଯ୍ୟକ୍ରମ ଥିଲା।

ସେ ଯୁକ୍ତ ଦୁଇ (+2) ରେ ବୁଲନ୍ଦସହର ଟପର ଛାତ୍ରୀ ରହିଥିଲେ ଏବଂ ଏହା ପରେ ତାଙ୍କୁ ଆମେରିକାରେ ପଢିବା ପାଇଁ HCL ତରଫରୁ 3.80 କୋଟି ଟଙ୍କା ଛାତ୍ରବୃତ୍ତି ମଧ୍ୟ ପ୍ରଦାନ କରାଯାଇଥିଲା କାରଣ ସେ ବହୁତ ଗରିବ ପରିବାର ରୁ ଏହି ସଫଳତା ପାଇଥିଲେ ।

ବିଏସପି ସୁପ୍ରିମୋ ମାୟାବତୀ ମଧ୍ୟ ଏହି ଏଭଳି ଟ୍ୱିଟ କରିଛନ୍ତି।

Leave a Reply

Your email address will not be published. Required fields are marked *