ବଡ଼ ଖବର : ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଧୋନି ନେଲେ ସନ୍ୟାସ, ନିଜ ସନ୍ୟାସକୁ ନେଇ କହିଲେ ଏମିତି କଥା …

ପ୍ରାୟ ବର୍ଷେ ହେବ କ୍ରିକେଟ ଠାରୁ ଦୂରେଇ ରହିଥିବା ଭାରତର ଦିଗ୍ଗଜ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଏମ୍.ଏସ୍. ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହି ଦେଇଛନ୍ତି । ନିଜ ଇନଷ୍ଟାଗ୍ରାମରେ ଜଣେ ସୈନିକ ଶୈଳୀରେ ଏକ ଭିଡ଼ିଓ ଶେୟାର କରି ସେ ଏହା ଘୋଷଣା କରିଛନ୍ତି । ଧୋନି ତାଙ୍କର ପୂରା ଯାତ୍ରାର ଏକ ଭିଡ଼ିଓ ଜାରି କରି କହିଛନ୍ତି ଯେ ତାଙ୍କୁ ସନ୍ଧ୍ୟା ୭ ବାଜି ୨୯ ମିନିଟରୁ ଅବସରପ୍ରାପ୍ତ ବୋଲି ସ୍ଵୀକାର କରାଯାଉ । ଶୁକ୍ରବାର ଦିନ ହିଁ ଧୋନି IPL- ଚେନ୍ନାଇରେ ପହଞ୍ଚିଥିଲେ ଏବଂ ଶନିବାର ଦିନ ସେ ଜିମରେ ମଧ୍ୟ ଦେଖିବାକୁ ମିଳିଥିଲେ । ସେ ତାଙ୍କର ପ୍ରିୟ ଗୀତ “ମେଁ ପଲ୍ ଦୋ ପଲ୍ କା ଶାୟର ହୁଁ” ସହିତ ତାଙ୍କର ଯାତ୍ରା ବିଷୟରେ କହିଥିଲେ ।

ବିଶ୍ୱକପ ପରଠାରୁ ହିଁ କ୍ରିକେଟ ଠାରୁ ଦୂରେଇ ଯାଇଥିଲେ ଧୋନି

ଗତ ବର୍ଷ ଇଂଲଣ୍ଡରେ ହୋଇଥିବା ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ଦ୍ଵାରା ସେମିଫାଇନାଲ ମିଳିଥିବା ପରାଜୟ ପରେ ଧୋନି କ୍ରିକେଟ ଠାରୁ ଦୂରେଇ ଯାଇଥିଲେ । ସେହି ସମୟରେ ସେ ଘରୋଇ ମ୍ୟାଚ୍ ମଧ୍ୟ ଖେଳି ନଥିଲେ ଏବଂ ସେନା ସହିତ ଟ୍ରେନିଂ ନେବାକୁ ଯାଇଥିଲେ । ଯଦିଓ ଆଶା କରାଯାଇଥିଲା ଯେ ସେ ଟି-୨୦ ବିଶ୍ୱକପ୍‌ରେ ଦେଖିବାକୁ ମିଳିବେ ମାତ୍ର କରୋନା ଭାଇରସ କାରଣରୁ ଅଷ୍ଟ୍ରେଲିଆରେ ହେବାକୁ ଥିବା IPL କୁ  ସ୍ଥଗିତ ରଖାଯାଇଥିଲା, ଯାହା ପରେ ତାଙ୍କ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିଲା ।

https://www.instagram.com/tv/CD6ZQn1lGBi/?utm_source=ig_web_copy_link

ତେବେ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି କିନ୍ତୁ ସେ IPL ଖେଳିବା ଜାରି ରଖିବେ । କିଛି ଦିନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ସିଇଓ କହିଥିଲେ ଯେ ଧୋନି IPL-୨୦୨୦ ଏବଂ୨୦୨୧ ଖେଳିବେ, ଏମିତିକି ୨୦୨୨ ପର୍ଯ୍ୟନ୍ତ ମଧ୍ୟ ସେ IPL ଖେଳୁଥିବାର ଦେଖା ଯାଇପାରନ୍ତି ।  

ସୂଚନା ଥାଉ ଯେ ଏମ୍.ଏସ୍. ଧୋନି ୨୦୦୪ ରେ ବାଂଲାଦେଶ ବିପକ୍ଷରେ ଏକ ଦିନିକିଆ ମ୍ୟାଚରୁ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିଲେ । ସେ ୨୦୧୪ ରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ । ଧୋନି ଭାରତ ତରଫରୁ ୯୦ ଟେଷ୍ଟ, ୩୫୦ ODI ଏବଂ ୯୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ୩୫୦ ଟି ODI ରେ ସେ ୧୦,୭୭୩ ରନ୍ ସ୍କୋର କରିଥିଲେ ଯେଉଁଥିରେ ତାଙ୍କର ସର୍ବଶ୍ରେଷ୍ଠ ରନ୍ ଆଉଟ୍ ୧୮୩ ରହିଥିଲା । ସେ ODI ରେ ୧୦ ଶତକ ଏବଂ ୭୩ ଟି ଅର୍ଦ୍ଧଶତକ ହାସଲ କରିଥିବାବେଳେ ୯୮ ଟି-୨୦ ମ୍ୟାଚରେ ୧୬୧୭ ରନ ସ୍କୋର କରି ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ । ଗତ ବର୍ଷ ୯ ରୁ ୧୦ ଜୁଲାଇ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିଶ୍ୱ ସେମିଫାଇନାଲ ଖେଳିଥିଲେ ଧୋନି ।

Leave a Reply

Your email address will not be published. Required fields are marked *