କରୋନା ଟେଷ୍ଟ ପାଇଁ ICMR ବାହାର କରିଛି ଏକ ସହଜ ଓ ସୁଲଭ ଉପାୟ । ଏହି ନୂଆ ଉପାୟ ଦ୍ୱାରା କରୋନା ଆକ୍ରାନ୍ତ ରୋଗୀଠାରୁ ନମୁନା ସଂଗ୍ରହ ପାଇଁ ସମୟ ଲାଗିବ ନାହିଁ । ଏହାସହିତ ଟେଷ୍ଟର ଫଳାଫଳ ମଧ୍ୟ ଶୀଘ୍ର ବାହାରିଯିବ । ସ୍ଵାବ ନେବା ପରିବର୍ତ୍ତେ ନୂଆ ଉପାୟରେ ଆକ୍ରାନ୍ତଙ୍କ କୁଳୁକୁଞ୍ଚା ପାଣି ନିଆ ଯାଇପାରିବ ।
ସୂଚନା ଅନୁଯାୟୀ ICMR କହିବା କଥା ଯେ ନାକରୁ ଏକ ସ୍ୱାବ ସଂଗ୍ରହ କରିବା କିମ୍ବା ପାଟି ଲାଳରୁ ନମୁନା ନେବା ଅପେକ୍ଷା ଆକ୍ରାନ୍ତଙ୍କ କୁଳୁକୁଞ୍ଚା ପାଣିରୁ ଅତି ସହଜ ନମୁନା ନେଇ ହେବ । ଏହା ଦ୍ୱାରା କେବଳ ନମୁନା ସଂଗ୍ରହ ସହଜ ଏବଂ ଫଳାଫଳ ଶୀଘ୍ର ବହରିବନି ବରଂ ତାଲିମପ୍ରାପ୍ତ ଡାକ୍ତରମାନଙ୍କୁ ନମୁନା ସଂଗ୍ରହରୁ ବାଦ୍ ଦେଇ ଅନ୍ୟ ଗୁରୁତ୍ୱପୂର୍ଣ କାର୍ଯ୍ୟରେ ଲଗାଇ ହେବ ।
ଏହାସହିତ ICMR ର ଅଧ୍ୟୟନ ଅନୁଯାୟୀ କୁଳୁକୁଞ୍ଚା ପାଣିରୁ ନମୁନା ସଂଗ୍ରହ କଲେ କରୋନା ଟେଷ୍ଟ ପାଇଁ ହେଉଥିବା ଖର୍ଚ୍ଚକୁ ବି ହ୍ରାସ କରିହେବ । ଟେଷ୍ଟ କିଟର ଆବଶ୍ୟକତା କମିବ । ତେବେ ଏହି ଅଧ୍ୟୟନରେ ଅଂଶଗ୍ରହଣ କରିଥିବା ଡାକ୍ତରମାନେ ହେଉଛନ୍ତି ଡାକ୍ତର ନବନୀତ୍ ୱିଗ୍, ଡାକ୍ତର ମନୀଷ ସୋନେଜା, ଡାକ୍ତର ନୀରଜ ନିଶ୍ଚଳ, ଡାକ୍ତର ଅଙ୍କିତ ମିତ୍ତଲ, ଡାକ୍ତର ଅଞ୍ଜାନ ତ୍ରିଖା ଏବଂ ଡାକ୍ତର କପିଲ ଦେବ ସୋନି । ଏମାନେ ସମସ୍ତେ AIIMS ରେ କାର୍ଯ୍ୟରତ ।
ଅଧ୍ୟୟନ କରୁଥିବା ଏହି ଡାକ୍ତରମାନଙ୍କ କହିବାନୁଯାୟୀ ନାକରୁ ସ୍ୱାବ ବାହାର କରିବା ବି ଏକ କଷ୍ଟକର କାର୍ଯ୍ୟ ଓ ଏଥିପାଇଁ ଏକ ଟେଷ୍ଟ କିଟ ନିହାତି ଆବଶ୍ୟକ ପଡ଼ିଥାଏ । ସ୍ଵାବ ନେବା ଡାକ୍ତର ବି ତାଲିମପ୍ରାପ୍ତ ହୋଇଥିବା ଜରୁରୀ । କିନ୍ତୁ କୁଳୁକୁଞ୍ଚା ପାଣିରୁ ନମୁନା ସଂଗ୍ରହ କଲେ ସେସବୁ କିଛି ଦରକାର ପଡ଼ିବନି ଏବଂ ଏହା ଏକ ସହଜ ତଥା ସୁଲଭ ବିକଳ୍ପ ହୋଇପାରେ ।