ଲଣ୍ଡନ: ବ୍ରିଟେନର ବ୍ରିଷ୍ଟଲରେ ଭାରତର ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଚଷମା ର ନିଲାମ ହୋଇଥିଲା। ଶୁକ୍ରବାର ଅନୁଷ୍ଠିତ ହୋଇଥିବା ଏହି ଅନଲାଇନ୍ ନିଲାମରେ ଜଣେ ଆମେରିକୀୟ କଲେକ୍ଟର ଗାନ୍ଧିଜୀଙ୍କ ଚଷମା କୁ 6 ମିନଟ ନିଲାମୀ ସମୟ ଭିତରେ ପ୍ରାୟ 2 କୋଟି 55 ଲକ୍ଷ ରେ କିଣିଥିଲେ ।
ଇଷ୍ଟ ବ୍ରଷ୍ଟଲ ନିଲାମ ଏଜେନ୍ସି (East Bristle Auction Agency) ଦ୍ୱାରା ଏହି ନିଲାମ କରାଯାଇଥିଲା ଏବଂ ଏହାର ନିଲାମକାରୀ ଆଣ୍ଡ୍ରିୟୁ ଷ୍ଟୋ କହିଛନ୍ତି ଯେ ଏହି ନିଲାମ କମ୍ପାନୀର ନାମ ପାଇଁ ଏକ ଅଦ୍ଭୁତପୂର୍ଣ ରେକର୍ଡ ସୃଷ୍ଟି କରିଛି। ଏହି ଚଷମା କେବଳ ଆମ କମ୍ପାନୀର ନିଲାମ ପାଇଁ ଏକ ରେକର୍ଡ ସୃଷ୍ଟି କରିନାହାଁନ୍ତି ବରଂ ଆନ୍ତର୍ଜାତୀୟ ଐତିହାସିକ ମହତ୍ତ୍ୱ ମଧ୍ୟ ଆବିଷ୍କାର କରିଛି।
ନିଲାମଧାରୀ ଆଣ୍ଡ୍ରିୟୁ ଷ୍ଟୋ କହିଛନ୍ତି ଯେ ଏହି ଚଷମାର ର ମାଲିକ ମଙ୍ଗସଫିଲ୍ଡର ଜଣେ ବୃଦ୍ଧ ଯିଏ ନିଲାମରୁ ପ୍ରାପ୍ତ ଟଙ୍କା ତାଙ୍କ ଝିଅ ସହିତ ବାଣ୍ଟିବେ ବୋଲି କହିଛନ୍ତି। ଏହା କୁହ ଯାଏ ଯେ 1920 ଦଶକରେ ଚଷମାର ମାଲିକଙ୍କ ସମ୍ପର୍କୀୟ ତାଙ୍କୁ ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀ ଏହି ଚଷମା ଦେଇଥିଲେ। ଏହା ପରେ, ଏହି ଚଷମା ତାଙ୍କ ପରିବାରରେ ବହୁ ପିଢ଼ି ଧରି ରଖି ଆସିଛନ୍ତି, ଗାନ୍ଧିଜୀ ପ୍ରାୟତଃ ଅତିଥିମାନଙ୍କୁ ତାଙ୍କ ଜିନିଷ ଦେଉଥିଲେ।
ଶୁକ୍ରବାର ରାତିରେ କେହି କେହି ଇଷ୍ଟ ବ୍ରିଷ୍ଟଲ୍ ନିଲାମ ଦ୍ୱାରରେ ଥିବା ଏକ ଚିଠି ବାକ୍ସରେ ସାଧା ଧଳା ରଙ୍ଗର କନ୍ଫିଲ ବା ଲଫାପା ରେ ଏହି ଚଷମା ଛାଡି ପଳେଇଥିଲେ ଏବଂ ପରଦିନ ସୋମବାର ସକାଳ ପର୍ଯ୍ୟନ୍ତ ଆସି ନଥିଲେ, ଇଷ୍ଟ ବ୍ରିଷ୍ଟଲ ନିଲାମ ( East Bristol Auctions) ନିଲାମକାରୀ ଆଣ୍ଡ୍ରିୟୁ ଷ୍ଟୋ କହିଛନ୍ତି ଯେ ଏହି ଚଷମା ସହଜରେ ସେଠାରୁ ଚୋରି ହୋଇପାରିଥାନ୍ତା ।
ଆଣ୍ଡ୍ରିୟୁ ଷ୍ଟୋ ଏହା ମଧ୍ୟ କହିଛନ୍ତି ଯେ ଚଷମା ମାଲିକଙ୍କୁ ଏହାର ମୂଲ୍ୟ ବିଷୟରେ କୌଣସି ଧାରଣା ନାହିଁ ଏବଂ ଯେତେବେଳେ ଏହାର ମୂଲ୍ୟ ବିଷୟରେ ତାଙ୍କୁ ଅବଗତ କରାଗଲା, ସେତେବେଳେ ସେ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଚଷମା ମାଲିକ କହିଛନ୍ତି ଯେ ଏହି ଚଷମା ଗତ ପଚାଶ ବର୍ଷ ଧରି ଏକ ଟେବୁଲ ଡ୍ରୟାରରେ ପଡ଼ି ରହିଥିଲା ହେଲେ ବର୍ତମାନ ଏହାକୁ ପ୍ରାୟ 2 କୋଟି 55 ଲକ୍ଷ ରେ ନିଲାମୀ ହୋଇଛି ।