ଚତୁର୍ଥ ପର୍ଯ୍ୟାୟ ଅନଲକ୍ ଗାଇଡ଼ଲାଇନ ଅନୁସାରେ ମେଟ୍ରୋ ଟ୍ରେନ୍ ସେବା ସେପ୍ଟେମ୍ବର ୭ ତାରିଖରୁ ପର୍ଯ୍ୟାୟକ୍ରମେ ପୁଣିଥରେ ଆରମ୍ଭ ହେବ । କଣ୍ଟେଣ୍ଟମେଣ୍ଟ ଜୋନ୍ ବାହାରେ ଏଥିପାଇଁ କୌଣସି କଟକଣା ନାହିଁ ବୋଲି କରୋନା ପ୍ରତିବନ୍ଧକକୁ ସହଜ କରିବାକୁ କେନ୍ଦ୍ର ସରକାର ଶନିବାର ଦିନ ସୂଚନା ଦେଇଛନ୍ତି ।
ସେପ୍ଟେମ୍ବର ୨୧ ତାରିଖରୁ ନୂଆ ଗାଇଡ଼ଲାଇନ ଅନୁଯାୟୀ ସାମାଜିକ, ରାଜନୈତିକ, ଏକାଡେମିକ୍, କ୍ରୀଡା, ଧାର୍ମିକ ଏବଂ ଅନ୍ୟାନ୍ୟ କାର୍ଯ୍ୟକୁ ଅନୁମତି ଦିଆଯିବ, କିନ୍ତୁ ସର୍ତ୍ତ ୧୦୦ ଜଣରୁ ଅଧିକ ଲୋକ ସେଥିରେ ସାମିଲ ହୋଇପାରିବେ ନାହିଁ । ହେଲେ ବିଦ୍ୟାଳୟ, କଲେଜ, ସୁଇମିଂ ପୁଲ୍ ଏବଂ ଇନଡୋର ପ୍ରେକ୍ଷାଳୟଗୁଡ଼ିକ ବନ୍ଦ ରହିବ । “ଅନଲକ୍ ୪” ନାମକ ଏହି ପର୍ଯ୍ୟାୟ ଆଗାମୀ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଦିଲ୍ଲୀ ମେଟ୍ରୋ ରେଳ ନିଗମ କହିବାନୁଯାୟୀ ଅନଲକ୍ ୪ ଅଧୀନରେ ଗୃହ ମନ୍ତ୍ରଣାଳୟ ଦ୍ଵାରା ଜାରି କରାଯାଇଥିବା ସର୍ବଶେଷ ନିର୍ଦ୍ଦେଶାବଳୀ ଅନୁଯାୟୀ ଦିଲ୍ଲୀ ମେଟ୍ରୋ ଆଗାମୀ ସେପ୍ଟେମ୍ବର ୭ ତାରିଖରୁ ଜନସାଧାରଣଙ୍କ ପାଇଁ ସେବା ଦେବା ଆରମ୍ଭ କରିବ । ମେଟ୍ରୋ କାର୍ଯ୍ୟ ଏବଂ ସାଧାରଣ ଜନତାଙ୍କ ବ୍ୟବହାର ବିଷୟରେ ଅଧିକ ବିବରଣୀ ଆସନ୍ତା କିଛି ଦିନ ମଧ୍ୟରେ ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ମେଟ୍ରୋ ଉପରେ ବିସ୍ତୃତ SOP (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ) ପ୍ରଦାନ କରାଯିବା ପରେ ସେୟାର କରାଯିବ ବୋଲି ସେ କହିଛନ୍ତି ।
ତେବେ ସୂଚନାଯୋଗ୍ୟ ଯେ ଦେଶରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ପ୍ରତିଦିନ ପ୍ରାୟ ୭୦,୦୦୦ ନୂଆ ମାମଲା ସାମ୍ନାକୁ ଆସୁଥିଲାବେଳେ ଆମେରିକା ଏବଂ ବ୍ରାଜିଲରେ ୩୪ ଲକ୍ଷକୁ ଅତିକ୍ରମ କରିଛି । ଦେଶରେ ଏପର୍ଯ୍ୟନ୍ତ ୬୨,୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଚଳିତ ମାସ ଆରମ୍ଭରୁ ଦେଶ କରୋନା ଭାଇରସ ଆକ୍ରାନ୍ତ ସଂଖ୍ୟାରେ ବିଶ୍ୱର ସର୍ବୋଚ୍ଚ ଦୈନିକ ସ୍ପାଇକ୍ ରେକର୍ଡ କରୁଛି ।