ଅଳ୍ପ ସମୟ ପୂର୍ବରୁ ତାଜା ଖବର ଅନୁଯାୟୀ ବର୍ଷା ରହୁଥିବା କୋଠରୀ ମଧ୍ୟକୁ କିଛି ଯୁବକ ଧସେଇ ପଶିଥିଲେ ଫଳରେ ବର୍ଷା ଡରି ଯାଇ ୧୦୦ ଡାଏଲ୍ କରିଥିଲେ । ପୋଲିସକୁ ବର୍ଷା ଦୁଇ ଥର ଫୋନ କରିବା ସୂଚନା ମିଳିଛି । ତେବେ ବର୍ଷାଙ୍କ ଫୋନ କଲ୍ ପରେ ଅନୁଭବଙ୍କ କଟକ ସ୍ଥିତ ବାସଭବନରେ ପହଞ୍ଚିଥିଲା ପୋଲିସ । ହେଲେ ଯେତେବେଳେ ଅନୁଭବ ଆସି ଘରେ ପହଞ୍ଚିଲେ ଗଣମାଧ୍ୟମ ତାଙ୍କୁ ଘେରି ଯାଇଥିଲେ । ଫଳରେ ସେ ବିରକ୍ତ ହୋଇ ହାତ ଯୋଡ଼ି ଓଲଟି ଗଣମାଧ୍ୟମକୁ ପ୍ରଶ୍ନ କରିଥିଲେ ।
ଅନୁଭବଙ୍କ କହିବାନୁଯାୟୀ ମୋ ବାପାଙ୍କ ଦେହ ଅସୁସ୍ଥ । ଏହାବ୍ୟତୀତ ଆମେ ଦୁହେଁ ନ୍ୟାୟଳୟ ଦ୍ଵାରସ୍ଥ ହେଇଛୁ । ସେଇଟା ଆମ ବ୍ୟକ୍ତିଗତ କଥା । ଯିଏ ଦୋଷୀ ସିଏ ଦଣ୍ଡ ପାଇବ ଓ ଯିଏ ଠିକ ସେ ଜିତିବ । ହେଲେ ଯଦି ଆସନ୍ତାକାଲି ଯେତେବେଳେ ପ୍ରମାଣ ହେଇଯିବ ଯେ ମୁଁ ଓ ମୋ ପରିବାର ସତ କହୁଥିଲୁ ଏବଂ ଆମ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଛ ହୁଏ । ଗଣମାଧ୍ୟମଗୁଡ଼ିକର ଟିଆରପି ଲଢେଇ ଯୋଗୁ ଯଦି ମୋ ବାପାଙ୍କର ସ୍ୱାସ୍ଥ୍ୟ ଯଦି ଅଧିକ ଖରାପ ହୁଏ ତେବେ ସେ ସମୟରେ କେଉଁ ଗଣମାଧ୍ୟମ ଦାୟୀ ରହିବ ?

ଅନୁଭବ ହାତ ଯୋଡ଼ି ବି ବିରକ୍ତିର ସହିତ କହିଛନ୍ତି ଯେ ମୋ ଘର ସାମ୍ନାରେ ଏ ରାଜନୀତି ଖେଳ ଖେଳ ନାହିଁ । ବିରକ୍ତି ହେବା କାରଣ ଦର୍ଶାଇ ସେ ଆହୁରି ବି କହିଛନ୍ତି ଯେ ଯେତେବେଳେ ସେ ପ୍ରେସ ରିଲିଜ ଦେଇସାରିଛନ୍ତି ତାପରେ ବି ଏଠି କାହିଁକି ଏତେ ଭିଡ଼ ? ତାଛଡ଼ା ଏ ବିବାହ ବିଚ୍ଛେଦ ପ୍ରଥମ ନୁହେଁ କି ଶେଷ ବି ନୁହେଁ । ଏମିତିକି ସର୍ବ ସମ୍ମୁଖରେ ସେ ବର୍ଷାଙ୍କୁ ବି ପଚାରିଛନ୍ତି ଯେ ଯଦି ଘରୋଇ ହିଂସା ହେଉଛି ତେବେ ସେ କାହିଁକି ଓ କେମିତି ମୋ ଘରେ ଅଛନ୍ତି ?
ଶେଷରେ ସାଂସଦ ଅନୁଭବ ଅନୁରୋଧ ବି କରିଛନ୍ତି ଓ କହିଛନ୍ତି ଯେ ସମସ୍ତଙ୍କ ଘରେ ଛୋଟମୋଟ ଝଗଡ଼ାଝାଟି ହୁଏ, ତାକୁ ଏମିତି ରଙ୍ଗ ଦେଇ ପରଷନ୍ତୁ ନାହିଁ । ସୂଚନାଯୋଗ୍ୟ ଯେ ଓଡ଼ିଆ ସିନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବେଡ଼ରୁମ କଥା ଏବେ ସବୁ ଗଣମାଧ୍ୟମର ହେଡ଼ଲାଇନ । ଦୁହେଁ ଦୁହିଁକୁ ଆରୋପ କରିବା ସହିତ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଳଟିଛନ୍ତି । ବର୍ଷା ଘରୋଇ ହିଂସା, ମାନସିକ ଶାରୀରିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିବା ବେଳେ ଅନୁଭବ କୋର୍ଟରେ ବିବାହ ବିଚ୍ଛେଦ ପାଇଁ ମାମଲା ଦାୟର କରିଛନ୍ତି ।