ବର୍ତ୍ତମାନ ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ ସଂଯୋଗ ଆସିବା ପରେ ଏନସିବି ରିୟା ଏବଂ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ ସହିତ ଅନେକ ବ୍ୟକ୍ତି ଙ୍କୁ ଗିରଫ କରିଛି ତେଣୁ ପ୍ରତିଦିନ ଏହି ମାମଲାରେ ନୂଆ ଖୁଲାସା ହେଉଛି। ଯାହା ରିୟା ଙ୍କ ପାଇଁ ଆହୁରି ବିପଦ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି।
ଖବର ଅନୁଯାୟୀ, ଶୋଭିକ୍ ଏନସିବିକୁ ଦେଇଥିବା ବିବୃତ୍ତିରେ କହିଛନ୍ତି ଯେ ସେ ସୁଶାନ୍ତଙ୍କ ନିକଟକୁ ଅନେକ ଥର ଡ୍ରଗ୍ ଆଣିଛନ୍ତି ବୋଲି ସୂତ୍ରରୁ ପ୍ରକାଶ ଯେ ସେ ଡ୍ରଗ୍ସ ର ଦେୟ ତାଙ୍କ ଭଉଣୀ ରିୟା, ସୁଶାନ୍ତଙ୍କ କ୍ରେଡିଟ କାର୍ଡରେ କରିଛନ୍ତି। ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ ସୁଶାନ୍ତଙ୍କ ଘରକୁ ମଧ୍ୟ ଏଭଳି ଡ୍ରଗ୍ସ ଯୋଗାଉଥିଲେ ।
ଶୋଭିକ୍ ଆହୁରି କହିଛନ୍ତି, ‘ମୁଁ ଅବଦୁଲ ବାସିତ ଙ୍କ ସହିତ ଯୋଗାଯୋଗ କରିଥିଲି, ସେ ମୋତେ ରେଟ୍ ପଠାଇଲେ, ତା’ପରେ ମୁଁ ରିୟା ଏବଂ ସାମୁଏଲ୍ ମିରାଣ୍ଡାଙ୍କୁ ରେଟ୍ ପଠାଇଲି, ମୁଁ ବେସିତଙ୍କୁ ସାମୁଏଲ ମିରାଣ୍ଡାଙ୍କ ସହ ଯୋଗାଯୋଗ କରାଇଥିଲି ଏବଂ ବାସିତ ସାମୁଏଲ ମିରାଣ୍ଡାଙ୍କ ସହ ଯୈଦ ଙ୍କୁ ସହ ଯୋଗାଯୋଗ କରାଇଥିଲେ, ଅପରାହ୍ନ 5 ଟାରେ ବାନ୍ଦ୍ରାସ୍ଥିତ ଏକ ରେଷ୍ଟୁରାଣ୍ଟରେ ଡ୍ରଗ୍ସ ଦେଇଥିଲେ, 15 ଏପ୍ରିଲରେ ମିରାଣ୍ଡା ମୋତେ ଗଞ୍ଜା ପାଇଁ ଯୋଗାଯୋଗ କରିଥିଲେ, ତାପରେ ମୁଁ ବାସିତ ଙ୍କୁ ଫୋନ କରିଥିଲି ଏବଂ ବେସିତ କୈଯେନ ଏବଂ ଦୀପେଶଙ୍କ ମାଧ୍ୟମରେ ଡ୍ରଗ୍ସ ଦେଇଥିଲେ।
ଯେତେବେଳେ ଏନସିବି ଟିମ୍ ଚାଟ୍ ଦେଖାଇ ଏହା ବିଷୟରେ ପଚାରିଥିଲେ, ଶୋଭିକ୍ ସମ୍ପୂର୍ଣ୍ଣ କଥା କହିଥିଲେ, ଯେପରି ମୁଁ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ ଆଣିବା ତାଙ୍କ ରିୟାଙ୍କ ଦ୍ୱାରା କ୍ରେଡିଟ୍ କାର୍ଡ ରେ ଅନେକ ଥର ପେମେଣ୍ଟ କରିବା ମଧ୍ୟ କହିଥିଲେ, ଶୋଭିକ୍ ଏନସିବି ଡ୍ରଗ୍ସକୁ ସଂଯୋଗ କୁ ନେଇ ଏହା ମଧ୍ୟ କହିଠୀକଲେ ଯେ ଡ୍ରଗ୍ସ ଡେଲିଭରି ସୁଶାନ୍ତଙ୍କ ଘରକୁ କିପରି ପହଞ୍ଚା ଯାଉଥିଲା ଏବଂ ଏଥିପାଇଁ କାହା କାହା ସହିତ ଯୋଗାଯୋଗ କରିବାକୁ ପଡୁଥିଲା ଏନସିବି ଆଗରେ ସବୁ କଥା କହିଛନ୍ତି ରିୟା ଙ୍କ ଭାଇ ଶୋଭିକ୍ ।